ଖୁବ ଶୀଘ୍ର ହାତରୁ ଦି ହାତ ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ। ଖୁବଶୀଘ୍ର ପଡ଼ିବ ହାତଗଣ୍ଠି। ଫେବୃଆରୀ ୭ରୁ ୯ମଧ୍ୟରେ ରାଜସ୍ଥାନର ଖିମସାର ଫୋର୍ଟ(ନାଗୌର)ରେ ଶେନେଲ ଇରାନୀଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେନେଲଙ୍କ ବିବାହ ଅର୍ଜୁନ ଭଲ୍ଲାଙ୍କ ସହ ହେବାକୁ ଯାଉଛି। ଗତ କିଛି ଦିନ ପୂର୍ବରୁ ସ୍ମୃତି ଇରାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଝିଅ ଶେନେଲ ଏବଂ ଜ୍ୱାଇଁ ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ଖୁସି ବ୍ୟକ୍ତ କରିଥିଲେ। ୨୦୨୧ ଡିସେମ୍ବରରେ ଅର୍ଜୁନ ଭଲ୍ଲାଙ୍କ ସହିତ ଝିଅ ଶେନେଲଙ୍କର ନିର୍ବନ୍ଧ ହୋଇଥିଲା।
ଶେନେଲଙ୍କ ବ୍ୟତୀତ ସ୍ମୃତିଙ୍କର ଜୋହର୍ ଏବଂ ଜୌଶ୍ ନାମରେ ଆଉ ଦୁଇଟି ପିଲା ଅଛନ୍ତି। ଜୋହର୍ ଏବଂ ଜୌଶ୍ ସ୍ମୃତି ଇରାନୀଙ୍କର ସ୍ୱାମୀ ଜୁବିନ୍ ଇରାନୀଙ୍କ ଔରସ ଜାତ ପିଲା। କିନ୍ତୁ, ଶେନେଲ ହେଉଛନ୍ତି ଜୁବିନ୍ ପ୍ରଥମେ ବିବାହ କରିଥିବା ମୋନା ଇରାନୀଙ୍କ ଗର୍ଭଜାତ ସନ୍ତତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।