Advertisment

ହାତରୁ ଦି ହାତ ହେବେ ସ୍ମୃତି ଇରାନୀଙ୍କ ଝିଅ

ଖୁବଶୀଘ୍ର ପଡ଼ିବ ହାତଗଣ୍ଠି।

Smriti Irani Daughter

Smriti Irani Daughter

Advertisment

ଖୁବ ଶୀଘ୍ର ହାତରୁ ଦି ହାତ ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ।  ଖୁବଶୀଘ୍ର ପଡ଼ିବ ହାତଗଣ୍ଠି। ଫେବୃଆରୀ ୭ରୁ ୯ମଧ୍ୟରେ ରାଜସ୍ଥାନର ଖିମସାର ଫୋର୍ଟ(ନାଗୌର)ରେ ଶେନେଲ ଇରାନୀଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେନେଲଙ୍କ ବିବାହ ଅର୍ଜୁନ ଭଲ୍ଲାଙ୍କ ସହ ହେବାକୁ ଯାଉଛି। ଗତ କିଛି ଦିନ ପୂର୍ବରୁ ସ୍ମୃତି ଇରାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଝିଅ ଶେନେଲ ଏବଂ ଜ୍ୱାଇଁ ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ଖୁସି ବ୍ୟକ୍ତ କରିଥିଲେ। ୨୦୨୧ ଡିସେମ୍ବରରେ ଅର୍ଜୁନ ଭଲ୍ଲାଙ୍କ ସହିତ ଝିଅ ଶେନେଲଙ୍କର ନିର୍ବନ୍ଧ ହୋଇଥିଲା।  

Advertisment

ଶେନେଲଙ୍କ ବ୍ୟତୀତ ସ୍ମୃତିଙ୍କର ଜୋହର୍‌ ଏବଂ ଜୌଶ୍‌ ନାମରେ ଆଉ ଦୁଇଟି ପିଲା ଅଛନ୍ତି। ଜୋହର୍‌ ଏବଂ ଜୌଶ୍‌ ସ୍ମୃତି ଇରାନୀଙ୍କର ସ୍ୱାମୀ ଜୁବିନ୍‌ ଇରାନୀଙ୍କ ଔରସ ଜାତ ପିଲା। କିନ୍ତୁ, ଶେନେଲ ହେଉଛନ୍ତି ଜୁବିନ୍‌ ପ୍ରଥମେ ବିବାହ କରିଥିବା ମୋନା ଇରାନୀଙ୍କ ଗର୍ଭଜାତ ସନ୍ତତି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe