Advertisment

ମଦିନାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ହଜ ସ୍ୱେଚ୍ଛାସେବୀଙ୍କ ସହ କଲେ ଆଲୋଚନା

ସ୍ମୃତି ଇରାନୀଙ୍କ ସହ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ମଦିନାରେ ଉପସ୍ଥିତ ରହିଥିଲେ।

Madinah

Madinah

Advertisment

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପବିତ୍ର ମଦିନାରେ ଦେଖିବାକୁ ମିଳିଛି। ସେ ସେଠାରେ ହଜ ତୀର୍ଥଯାତ୍ରୀଙ୍କୁ ସହାୟତା କରୁଥିବା ଭାରତୀୟ ସ୍ୱେଚ୍ଛାସେବୀଙ୍କୁ ଭେଟିଛନ୍ତି। ସେହିପରି ମଦିନା ଯାଇଥିବା ଭାରତର ଉମ୍ରା ସଂପ୍ରଦାୟର ତୀର୍ଥଯାତ୍ରୀଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment

ସ୍ମୃତି ଇରାନୀଙ୍କ ସହ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ମଦିନାରେ ଉପସ୍ଥିତ ରହିଥିଲେ। ସ୍ମୃତି ଇରାନୀ ଭାରତୀୟ ତୀର୍ଥଯାତ୍ରୀଙ୍କ ସହ ଉଠାଇଥିବା ଫଟୋକୁ ପୋଷ୍ଟ କରି କହିଛନ୍ତି, ଆଜି ମଦିନାକୁ ଐତିହାସିକ ଯାତ୍ରା କରିଛି।

ଏହା ଇସଲାମର ଅନ୍ୟତମ ପବିତ୍ର ସହର। ଉହୁଦ ପାହାଡ଼ରେ ଥିବା ପ୍ରଫେଟ ମସଜିଦ ଅଲ ମସଜିଦ ଅଲ ନବୀଙ୍କ ବିଭିନ୍ନ ସ୍ଥାନ ବୁଲିଛି। ସାଉଦି ଅଧିକାରୀଙ୍କ ସୌଜନ୍ୟତାରେ ଏପରି ଗସ୍ତ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

Advertisment

ସ୍ମୃତି ଇରାନୀ ପ୍ରଥମେ ମଦିନା ବୁଲିବା ପରେ ଉହୁଦ ପାହାଡ଼ ଓ କ୍ୟୁବା ମସଜିଦର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ଚଳିତ ବର୍ଷ ହଜ ତୀର୍ଥଯାତ୍ରୀଙ୍କ ପାଇଁ ହୋଇଥିବା ଆବଶ୍ୟକ ବ୍ୟବସ୍ଥାକୁ ମଧ୍ୟ ଏହି ଗସ୍ତ ସମୟରେ ଭାରତୀୟ ତୀର୍ଥଯାତ୍ରୀମାନେ ପଚାରି ବୁଝିଛନ୍ତି।

ସ୍ମୃତି ଇରାନୀଙ୍କ ଗସ୍ତ ସମୟରେ ଭାରତ ଓ ସାଉଦି ମଧ୍ୟରେ ଦ୍ୱିପାକ୍ଷିକ ହଜ ଚୁକ୍ତି ମଧ୍ୟ ସ୍ୱାକ୍ଷାରିତ ହୋଇଛି। ଏହି ଚୁକ୍ତି ଅନୁସାରେ ଭାରତରୁ ୧,୭୫,୦୨୫ ତୀର୍ଥଯାତ୍ରୀ ଏତର ହଜ ଯାତ୍ରା କରିପାରିବେ।

Saudi Prince Smriti Irani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe