Advertisment

ଭାରତ- ଚାଇନା ବର୍ଡରରୁ ୧୦୮ କେଜି ସୁନା ଜବତ, ଦୁଇ ଜଣଙ୍କୁ ମାଡ଼ି ବସିଲା ITBP

ଗତ କିଛି ବର୍ଷ ମଧ୍ୟରେ ଭାରତ- ଚାଇନା ବର୍ଡରରୁ ଏତେ ପରିମାଣର ସୁନା ଜବତ ହେବା ପ୍ରଥମ ଘଟଣା। ଏହି ମାମଲାରେ ITBP ଦୁଇ ଚାଇନା ନାଗରିକଙ୍କୁ ବାନ୍ଧିଛି ।

author-image
Niharika Rout
Gold Seized

Gold Seized

ଭାରତ- ଚାଇନା ବର୍ଡର ଦେଇ ଚୋରା ଚାଲାଣ ହେଉଥିଲା ବିପୁଳ ସୁନା । ଖବର ପାଇ ଲଦାଖରେ ମାଡ଼ି ବସିଲା ITBP(Indo-Tibetan Border Police) । ଜବତ ସୁନାର ଓଜନ ୧୦୮ କେଜି ଓ ଏହାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତ- ଚାଇନା ବର୍ଡରରୁ ଏତେ ପରିମାଣର ସୁନା ଜବତ ହେବା ପ୍ରଥମ ଘଟଣା। ଏହି ମାମଲାରେ ITBP ଦୁଇ ଚାଇନା ନାଗରିକଙ୍କୁ ବାନ୍ଧିଛି ।

Advertisment

 ଲଦାଖ ରାସ୍ତା ଦେଇ ସୁନା ଚାଲାଣ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ITBP । ଏହାପରେ ITBP ପକ୍ଷରୁ ୧୮ ହଜାର ଫୁଟ ଉଚ୍ଚ ଲଦାଖରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ । ITBP ଯବାନମାନେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ବେଳେ ଦୁଇ ଚାଇନା ନାଗରିକ ବର୍ଡର(LOC) ଅତିକ୍ରମ କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ଉଭୟଙ୍କୁ ଅଟକିବାକୁ କହିଥିଲେ।

ଏହାଦେଖି ଉକ୍ତ ଦୁଇ ଜଣ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ITBP ଯବାନ ସେମାନଙ୍କୁ ମାଡ଼ି ବସି ପଚରାଉଚରା ବେଳେ ସେମାନେ ଔଷଧୀୟ ବୃକ୍ଷର ଡିଲର ବୋଲି କହିଥିଲେ। ମାତ୍ର ସେମାନଙ୍କ ବ୍ୟାଗ ଯାଞ୍ଚ କରିବାରୁ ତା’ ଭିତରୁ ପୁଳା ପୁଳା ସୁନା ବିସ୍କୁଟ ବାହାରିଥିଲା। ପ୍ରତି ସୁନା ବିସ୍କୁଟର ଓଜନ ପ୍ରାୟ କେଜିଏ ଲେଖା ଥିବା ବେଳେ ଉଭୟଙ୍କ ବ୍ୟାଗରୁ ୧୦୮ କେଜି ସୁନା ଜବତ ହୋଇଛି।

Advertisment

ITBP ଯବାନ ଭାରତ ଚାଇନା ବର୍ଡରର ୩, ୪୮୮ କିମି ଅଞ୍ଚଳରେ ମୁତୟନ ହୋଇଥାନ୍ତି। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବିସେମାନେ ଏହି ସୁଦୀର୍ଘ ଅଞ୍ଚଳକୁ ଜଗି ରହିବା ସହ ବର୍ଡର ଉପରେ କଡ଼ା ନଜର ରଖିଥାନ୍ତି। ବିଭିନ୍ନ ସମୟରେ ସେମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଏତେ ପରିମାଣର ସୁନା ଜବତ ହେବା ପ୍ରଥମ ଘଟଣା। ଏହାକୁ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ITBP ବ୍ୟାଟଲିଅନ କମାଣ୍ଡର ଅଜୟ ନିର୍ମଲକର ସୂଚନା ଦେଇଛନ୍ତି।

Ladakh Gold Smuggling Gold Biscuits Seized