Advertisment

ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଭିତରେ ଥିଲା ୪ କୋଟିର ଡ୍ରଗ୍ସ

ପୁଲିସ୍‌ ଫେରାର ହୋଇଯାଇଥିବା ଟ୍ରକ୍‌ର ପିଛା କରି ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି। ଏଥିସହ ଟ୍ରକ୍‌ରୁ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି।।

Drugs

Drugs

Advertisment

ଟ୍ରକ୍‌ରେ ଚାଲାଣ ହେଉଥିଲା ୪ କୋଟି ମୂଲ୍ୟର ଡ୍ରଗ୍ସ । ଖବର ପାଇ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଘଟିଲା ଅଘଟଣ। ଫେରାର ହେବାକୁ ଉଦ୍ୟମ କରୁଥିବା ଡ୍ରଗ୍ସ ମାଫିଆ ଜଣେ କନଷ୍ଟେବଳଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏପରି ଏକ ଅଘଟଣ ଆସାମର ଶ୍ରୀଭୂମି ଜିଲ୍ଲାରେ ଘଟିଛି। ମୃତ କନଷ୍ଟେବଳଜଣକ ହେଲେ ଉଜ୍ଜ୍ୱଳ ବୋରା ।

Advertisment

ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଡ୍ରଗ୍ସ ମାଫିଆଙ୍କୁ କାବୁ କରାଯିବା ପରେ ସେ ପୁଲିସ୍‌ କବଳରୁ ମୁକୁଳିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ସମ୍ମୁଖରେ ଥିବା କନଷ୍ଟେବଳଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ କନଷ୍ଟେବଳ ଉଜ୍ଜ୍ୱଳ ବୋରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ପୁଲିସ୍‌ ଫେରାର ହୋଇଯାଇଥିବା ଟ୍ରକ୍‌ର ପିଛା କରି ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି। ଏଥିସହ ଟ୍ରକ୍‌ରୁ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି।

Advertisment

ଏହି ଘଟଣା ପରେ ସମ୍ପୃକ୍ତ ଟ୍ରକ୍‌ ଚାଳକଙ୍କୁ ସିନ୍‌ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରୁ ସେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ତାଙ୍କ ଉପରକୁ ଫାୟରିଂ କରିଥିବା ଜଣାଯାଇଛି। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କନଷ୍ଟେବଳ ଉଜ୍ଜ୍ୱଳ ବୋରାଙ୍କ ମୃତଦେହକୁ ଗତକାଲି ତାଙ୍କ ଗାଁକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କ ପାର୍ଥିକ ଶରୀରର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନଷ୍ଟେବଳ ଉଜ୍ଜ୍ୱଳ ବୋରା ୨୦୨୨ ମସିହାରେ ପୁଲିସ୍‌ ସେବାରେ ଭର୍ତ୍ତି ହୋଇଥିବା ବେଳେ ଶ୍ରୀଭୂମି ଜିଲ୍ଲାରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା। ଚାକିରି କରିବାର ମାତ୍ର ୨ ବର୍ଷରେ ତାଙ୍କର ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଘଟଣାରେ ପ୍ରତିକ୍ରିୟା ଦେଇ ମୃତ କନଷ୍ଟେବଳଙ୍କ ପରିବାର ପ୍ରତି ଗଭୀର ସମବେଦଦନା ଜଣାଇଛନ୍ତି।

Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe