Advertisment

ସାପ କାମୁଡ଼ାକୁ ‘ଅଧିସୂଚୀତ ରୋଗ’ ଘୋଷଣା କଲେ ତାମିଲନାଡୁ ସରକାର

ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ତାମିଲନାଡୁରେ ୭,୩୦୦ଟି ସାପ କାମୁଡ଼ା ମାମଲା ଆସିଛି।

Snake

Snake

Advertisment

ତାମିଲନାଡୁରେ ସାପ କାମୁଡ଼ା ମାମଲା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ସେଠାକାର ସରକାର ଏହାକୁ ଜନ ସ୍ୱାସ୍ଥ୍ୟ ଆଇନ ଅଧୀନରେ ‘ଅଧିସୂଚୀତ ରୋଗ’ ଘୋଷଣା କରିଛନ୍ତି। ସାପ କାମୁଡ଼ା ଜନିତ ତଥ୍ୟ ସଂଗ୍ରହ ଓ ଚିକିତ୍ସା ପାଇଁ ଭିତ୍ତିଭୂମିକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଏହାକୁ ‘ଅଧିସୂଚୀତ ରୋଗ’ ଘୋଷଣା କରାଯାଇଛି। ଫଳରେ ଏଣିକି ଡାକ୍ତରଖାନାଗୁଡ଼ିକ ସାପ କାମୁଡ଼ା ଜନିତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ।

Advertisment

ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ତାମିଲନାଡୁରେ ୭,୩୦୦ଟି ସାପ କାମୁଡ଼ା ମାମଲା ଆସିଛି। ତା’ ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଗତ ବର୍ଷ ଏହି ରାଜ୍ୟରେ ମୋଟ ୧୯,୭୯୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଥିବା ବେଳେ ୪୩ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୨ରେ ସେଠାରେ ୧୫, ୧୨୦ଟି ସାପ କାମୁଡ଼ା ମାମଲା ଆସିଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ତାମିଲନାଡୁ ସରକାରଙ୍କ କିଛି ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାପ କାମୁଡ଼ା ନେଇ ସମସ୍ତ ରିପୋର୍ଟ ହସପିଟାଲରେ ପହଞ୍ଚିନଥାଏ। ଫଳରେ ବାସ୍ତବରେ କେତେ ଜଣଙ୍କୁ ସାପ କାମୁଡ଼ିଛି, ସେ ତଥ୍ୟ ସ୍ପଷ୍ଟ ହୋଇପାରେ ନାହିଁ। ଅନ୍ୟପକ୍ଷରେ ସାପ କାମୁଡ଼ାରେ ଘଟୁଥିବା ମୃତ୍ୟୁ ସଂଖ୍ୟାର ତଥ୍ୟ ଠିକ୍‌ଠାକ ଆସିଥାଏ। କାରଣ ସେହି ମାମଲାଗୁଡ଼ିକ ସଂପର୍କରେ ହସ୍‌ପିଟାଲକୁ ରିପୋର୍ଟ କରାଯାଇଥାଏ। ତେଣୁ ସରକାର ସାପ କାମୁଡ଼ା ମାମଲାର ସଠିକ ତଥ୍ୟ ସଂଗ୍ରହ ପାଇଁ ପ୍ରୟାସ କରୁଛନ୍ତି। ତା’ହେଲେ ଚିକିତ୍ସା ପାଇଁ କେତେ ପରିମାଣରେ ଆଣ୍ଟି ସ୍ନେକ ଭେନମ ଆବଶ୍ୟକ ହେଉଛି, ସରକାର ତାହା ଜାଣିପାରିବେ।

Advertisment

ସାରା ଦେଶରେ ତାମିଲନାଡୁରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ୍ ଉନ୍ନତି କରିଥିଲେ ହେଁ ଏହାର ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ପରିମାଣରେ ଆଣ୍ଟି ସ୍ନେକ ଭେନମ ଔଷଧ ରହୁନାହିଁ। ଫଳରେ ଚିକିତ୍ସାରେ ବିଳମ୍ବ ହେଉଛି ଓ ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଏବେ ‘ସାପ କାମୁଡ଼ା’କୁ ଅଧିସୂଚୀତ ରୋଗ ଘୋଷଣା କରାଯାଇଥିବାରୁ ଏହାର ମୁକାବିଲା ଆହୁରି ପ୍ରଭାବଶାଳୀ ହୋଇପାରେ ବୋଲି ସରକାର ଆଶା ରଖିଛନ୍ତି।

Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe