Advertisment

ସର୍ପ ମିତ୍ରଙ୍କୁ ଚୋଟ ମାରିଦେଲା ନାଗ ସାପ, ତା’ ପରେ...

ସବୁବେଳେ ସାପ ଉଦ୍ଧାର କରୁଥିବା ବେଳେ ଏଥରର ରେସକ୍ୟୁ ଯେ ଘାତକ ସାଜିବ ତାହା ସର୍ପ ମିତ୍ରଙ୍କୁ ଜଣା ନ ଥିଲା।

author-image
Niharika Rout
snake rescue

snake rescue

ନାଗ ସାପକୁ ଉଦ୍ଧାର ନିମନ୍ତେ ଯାଇଥିଲେ ସର୍ପ ମିତ୍ର। ଏହା ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିବା ବେଳେ କିଛି ଏହାର ଲାଇଭ୍‌ ଭିଡିଓ ବି କରୁଥିଲେ। ମାତ୍ର ସବୁବେଳେ ସାପ ଉଦ୍ଧାର କରୁଥିବା ବେଳେ ଏଥରର ରେସକ୍ୟୁ ଯେ ଘାତକ ସାଜିବ ତାହା କାହାକୁ ଜଣା ନ ଥିଲା। ରେସକ୍ୟୁ ପରେ ସାପଟିକୁ ଧରିଥିବା ବେଳେ ସେ ମାରିଥିଲା ଚୋଟ। ଏହାର କିଛି ସମୟ ପରେ ସର୍ପ ମିତ୍ରଜଣକ ଆଖି ବୁଜିଥିବା ଜଣାଯାଇଛି।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଗୋନ୍ଦିୟା ସହରରେ ଘଟିଛି। ମୃତକ ହେଲେ ସର୍ପ ମିତ୍ର ସୁନୀଲ । ଗୋନ୍ଦିୟା ସହରର ଜଣଙ୍କ ଘରେ ନାଗ ପଶି ଯାଇଥିବା ଖବର ପାଇ ତାହାକୁ ଉଦ୍ଧାର ନିମନ୍ତେ ପହଞ୍ଚିଥିଲେ ସୁନୀଲ । ନିଜ ଷ୍ଟିକ୍‌ ଜରିଆରେ ୬ ଫୁଟର ସାପଟିକୁ ସେ ବାହାର କରିଥିଲେ।

ଏହାପରେ ସାପକୁ ଅଖାରେ ପୂରାଉ ଥିବା ବେଳେ ସେ ପଲଟି ସୁନୀଲଙ୍କ ହାତକୁ ଚୋଟ ମାରି ଦେଇଥିଲା । କିନ୍ତୁ ଏହାକୁ ମାମୁଲି ଘଟଣା ଭାବି ଅଣଦେଖା କରିଥିଲେ ସୁନୀଲ । ଏହାର ଭିଡିଓ ବହୁ ଜଣ ନିଜ ମୋବାଇଲରେ ବି ରେକର୍ଡ କରିଥିବା ବେଳେ ତାହା ଏବେ ଭାଇରାଲ ହେଉଛି।

Advertisment

ଏହାପରେ ସ୍ୱାଭାବିକ ଭାବେ ସୁନୀଲ ସାପ ଭର୍ତ୍ତି ଅଖାକୁ ନେଇ ଜଙ୍ଗଲରେ ସାପଟିକୁ ଛାଡ଼ି ଦେଇଥିଲେ। ଏହାପରେ ସେ ଅସ୍ୱସ୍ତିକର ଅନୁଭବ କରିବାରୁ ତୁରନ୍ତ ମେଡିକାଲ ଯାଇଥିଲେ। ସେଠାରେ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ କିଛି ସମୟ ପରେ ସେ ଆଖି ବୁଜିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Maharashtra