Advertisment

ଭୋଟ ଗଣତି ଚାଲିଥିବା ବେଳେ ବିଜେପି ଅଫିସରେ ପଶିଗଲା ନାଗ ସାପ

ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଶିଗାଓଁରୁ ନିର୍ବାଚନ ଲଢ଼ୁଥିବା ବେଳେ କ୍ୟାମ୍ପସ ଅଫିସରେ ମଧ୍ୟ ଉପସ୍ଥିତ ଥିଲେ। ଏତିକେ ବେଳେ ଗୋଟିଏ ନାଗ ସାପକୁ କ୍ୟାମ୍ପ ମଧ୍ୟରୁ ଠାବ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Snake

Snake

ଗୋଟିଏ ପଟେ କର୍ଣ୍ଣାଟକାରେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଗୋଟିଏ ବଡ଼ ନାଗ ସାପ ବିଜେପି ଅଫିସରେ ପଶିଯାଇଛି। ଶିଗାଓଁ ଠାରେ ଥିବା ବିଜେପିର କ୍ୟାମ୍ପ ଅଫିସରେ ସାପ ପଶିବା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଶିଗାଓଁରୁ ନିର୍ବାଚନ ଲଢ଼ୁଥିବା ବେଳେ କ୍ୟାମ୍ପସ ଅଫିସରେ ମଧ୍ୟ ଉପସ୍ଥିତ ଥିଲେ। ଏତିକେ ବେଳେ ଗୋଟିଏ ନାଗ ସାପକୁ କ୍ୟାମ୍ପ ମଧ୍ୟରୁ ଠାବ କରାଯାଇଛି।

କ୍ୟାମ୍ପ ଅଫିସରେ ହଠାତ୍‌ ସାପ ପଶି ଯିବାରୁ ସେଠାରେ ଉପସ୍ଥିତ ଥିବା ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସେମାନେ ଭୟରେ ଏଣେତେଣେ ଦୌଡ଼ି ଥିଲେ।

Advertisment

ଏହାପରେ ସାପ ଧରାଳି ଓ ପୁଲିସ୍‌ ମିଳିତ ଭାବେ ନାଗଟିକୁ ଉଦ୍ଧାର କରିଥିଲେ। ଏଥିସହ ପୂରା ଅଫିସକୁ ସୁରକ୍ଷିତ ଘୋଷଣା କରିଥିଲା। ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଉପସ୍ଥିତିରେ ହିଁ ସାପଟିକୁ ଧରା ଯାଇଥିଲା।

ଶିଗାଓଁରେ ବୋମାଇ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ୟାସିର ଅହମଦ ଖାନ ପଠାନଙ୍କୁ ପ୍ରାର୍ଥୀ କରିଥିଲା। ଏଠାରେ କଡ଼ା ଟକ୍କର ମଧ୍ୟ ଦେଖାଯାଇଛି। ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବୋମାଇ ୨୧ ହଜାର ଭୋଟ ଆଗରେ ରହିଛନ୍ତି। ସେ ଏଠାରୁ କ୍ରମାଗତ ୪ର୍ଥ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ୬ଷ୍ଠ ରାଉଣ୍ତ ସୁଦ୍ଧା ବୋମାଇ ୫୯,୨୪୨ ଖଣ୍ଡ ଭୋଟ ପାଇଛନ୍ତି। 

Karnataka Karnataka Polls 2023 Karnataka Assembly Election