Advertisment

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ, ହସ୍ପିଟାଲରେ ୯୮ ଜଣ ପିଲା

ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେ ପିଲାମାନେ ଲଞ୍ଚ ବ୍ରେକ ବେଳେ ଗୋଟିଏ ଏନଜିଓ ଦ୍ୱାରା ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ। ତେବେ ଖାଇବା ଚାଲିଥିବା ବେଳେ ଜଣଙ୍କ ପ୍ଲେଟରୁ ଗୋଟିଏ ମଲା ସାପ ବାହାରିଥିଲା।

author-image
Hemant Lenka
snake

snake

ସ୍କୁଲରେ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ମଧ୍ୟାହ୍ନ ଭୋଜନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରୁ ମିଳିଛି ଗୋଟିଏ ମଲା ସାପ। ଏହାକୁ ଖାଇ ୯୮ ଜଣ ସ୍କୁଲ ପିଲା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିହାରର ଅରରିଆ ଜିଲ୍ଲା ଅନ୍ତର୍ଗତ ଅମୌନା ଠାରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଶନିବାର ଏହି ଘଟଣା ଘଟିଛି।

Advertisment

ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେ ପିଲାମାନେ ଲଞ୍ଚ ବ୍ରେକ ବେଳେ ଗୋଟିଏ ଏନଜିଓ ଦ୍ୱାରା ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ। ତେବେ ଖାଇବା ଚାଲିଥିବା ବେଳେ ଜଣଙ୍କ ପ୍ଲେଟରୁ ଗୋଟିଏ ମଲା ସାପ ବାହାରିଥିଲା। ଏହାକୁ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ।

ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷକ୧୮ ଜଣ ପିଲାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ଏହାପରେ ଅନ୍ୟମାନଙ୍କୁ ସେମାନଙ୍କ ପରିବାର ଲୋକ ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମଲା ସାପ ପଡ଼ିଥିବା ଖାଦ୍ୟ ଖାଇଥିବା ସମସ୍ତ ଶିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Advertisment

ଜିଲ୍ଲା ଶିକ୍ଷା ଅଧିକାରୀ ରାଜ କୁମାର କହିଛନ୍ତି, ସାପଟି ଭୁଲ ବଶତଃ ଖାଦ୍ୟରେ ପଡ଼ି ଯାଇଥିଲା ନଚେତ କେହି ଭୟ ଓ ଆତଙ୍କ ସୃଷ୍ଟି କରିବା ପାଇଁ ଏପରି କରିଛି। ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ସେହିପରି ସ୍କୁଲରୁ ଖାଦ୍ୟ ପଠାଉଥିବା ଏନଜିଓ ସଂସ୍ଥାର ମାଲିକଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଏନଜିଓର ଗୋଟିଏ ବଡ଼ କିଚେନ ରହିଛି। ଏଠାରୁ ପ୍ରାୟ ୬୦ଟି ସ୍କୁଲର ପିଲାମାନଙ୍କ ପାଖକୁ ଖାଦ୍ୟ ପଠାଯାଏ। ଏହି ସମୟରେ ଏପରି ଅଘଟଣ ଘଟିଥିବା କୁହାଯାଉଛି।

Bihar School