Advertisment

ସାମ୍ନାକୁ ଆସିଲା ରାମ ମନ୍ଦିର ଭିତର ପାର୍ଶ୍ୱର ଚମତ୍କାର ଦୃଶ୍ୟ, ଦେଖନ୍ତୁ ଭିଡିଓ

ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ଚମତ୍କାର ଭିଡିଓ ପୋଷ୍ଟ ହୋଇଛି, ଯେଉଁଥିରେ ମନ୍ଦିର ବାହାର ଏବଂ ଭିତର ଦୃଶ୍ୟ ଦେଖିବାକୁ ମିଳୁଛି।

author-image
Debibandita Barick
Ram Mandir

Ram Mandir

ଦିନକ ପରେ ପ୍ରତିଷ୍ଠା ହେବ ରାମ ମନ୍ଦିର। ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଗତକାଲି ରାମ ଲଲାଙ୍କ ମୂର୍ତ୍ତିର ପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଥିଲା, ଯାହାକୁ ଦେଖିବା ପରେ କୋଟି କୋଟି ରାମଭକ୍ତ ଅଭୀଭୂତ ହୋଇଛନ୍ତି। ଏହାରି ମଧ୍ୟରେ ମନ୍ଦିରର ଚମତ୍କାର ଦୃଶ୍ୟ ସାମ୍ନାକୁ ଆସିଛି। 

Advertisment

ଡିଡି ନ୍ୟୁଜ୍ ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ଚମତ୍କାର ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ମନ୍ଦିର ବାହାର ଏବଂ ଭିତର ଦୃଶ୍ୟ ରହିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ମନ୍ଦିର ଭିତରେ ଅତି ଚମତ୍କାର ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି। ଆଲୋକ ମାଳା ସହ ବଡ ବଡ ଖମ୍ବରେ ପୁଷ୍ପଗୁଚ୍ଛ ସଜାଯାଇଛି।

Advertisment

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କର୍ମଚାରୀମାନେ ମନ୍ଦିର ଭିତରେ, ସିଡ଼ିରେ କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଭିଡିଓ କ୍ୟାପ୍ସନରେ ଲେଖାଯାଇଛି ଯେ, "ଚମତ୍କାର ରାମ ମନ୍ଦିର ଭିତର ପାର୍ଶ୍ୱର ଏକ୍ସକ୍ଲୁସିଭ୍ ଭିଜୁଆଲ! ଏହା ଭାରତର ଚମତ୍କାର କାରିଗରୀ, ସାଂସ୍କୃତିକ ଐତିହ୍ୟର ପ୍ରମାଣ।"

ଜାନୁଆରୀ ୨୨ ଦିନ ୧୨.୩୦ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ମନ୍ଦିରରେ ପ୍ରଣ ପ୍ରତୀତାଙ୍କ ପାଇଁ ପ୍ରସ୍ତୁତ ହେବା ପାଇଁ ଏକ ସପ୍ତାହ ରୀତିନୀତିର ସମାପ୍ତ ହେବ। ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନେତୃତ୍ୱରେ ଏକ ପୁରୋହିତ ଦଳ ଏକ ସମାରୋହର ମୁଖ୍ୟ ରୀତିନୀତି କରିବେ।

Ayodhya Prana Pratishta Ram Temple Ram Mandir