Advertisment

ସୋଶାଲ ମିଡିଆରେ ‘ହାହା’ ଇମୋଜି ପୋଷ୍ଟ କରିବା କ’ଣ ଅପରାଧ?

ଫେସବୁକ କମେଣ୍ଟକୁ ନେଇ ବର୍ଣ୍ଣାଲି ପୁଲିସ୍‌ କେସ୍‌ କରିଥିଲେ। ଏଥିପାଇଁ ଅମିତ ଚକ୍ରବର୍ତ୍ତୀଙ୍କୁ କୋକ୍ରାଝରର ଗୋଟିଏ କୋର୍ଟରୁ ସମନ ଯାଇଛି।

Assam

Assam

Advertisment

ଆମ ଦେଶର ଆଇନ ବେଶ ଅଜବ। କେଉଁଠି ବଡ଼ବଡ଼ ଅପରାଧରେ ଲୋକମାନେ ଖସି ଯାଉଛନ୍ତି ତ ଆଉ କେଉଁଠି ଛୋଟ ଛୋଟ ଘଟଣା ପାଇଁ ଲୋକଙ୍କୁ ଆଇନର ଜାଲରେ ଛନ୍ଦି ହେବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଯଦି କ୍ଷମତାରେ ଥିବା ଲୋକ ଚାହିଁବେ, ତା’ହେଲେ ଜଣେ ସାଧାରଣ ଲୋକଙ୍କୁ ମଧ୍ୟ ଛୋଟ କାରଣ ପାଇଁ ଆଇନର ଜାଲରେ ଫସାଇ ଦେବେ। ଏହାର ନିଚ୍ଛକ ଉଦାହରଣ ଆସାମରୁ ଆସିଛି।

Advertisment

ଆସାମର ଧେକିଆଜୁଲିର ଜଣେ ବ୍ୟକ୍ତି ଫେସବୁକରେ ହସର ଇମୋଜି ଦେବାରୁ ତାଙ୍କୁ ପୁଲିସ୍‌ କେସ୍‌ର ସାମ୍ନା କରିବାକୁ ପଡ଼ିଛି। କୋକ୍ରାଝର ଜିଲ୍ଲା ଡେପୁଟି କମିଶନର ବର୍ଣ୍ଣାଲି ଡେକାଙ୍କ ଫଟୋରେ ଜଣେ ବ୍ୟକ୍ତି କମେଣ୍ଟ ଦେଇଥିଲେ। ଏହି କମେଣ୍ଟକୁ ଦେଖି ପ୍ରଥମ ବ୍ୟକ୍ତି ଜଣଙ୍କ କେବଳ ହାହା ଇମୋଜି ପୋଷ୍ଟ କରିଥିଲେ। ବାସ୍‌ ଏହି ଭୁଲ ପାଇଁ ତାଙ୍କୁ କୋର୍ଟକୁ ଦୌଡ଼ିବାକୁ ପଡ଼ିଛି।

ଫେସବୁକ କମେଣ୍ଟକୁ ନେଇ ବର୍ଣ୍ଣାଲି ପୁଲିସ୍‌ କେସ୍‌ କରିଥିଲେ। ଏଥିପାଇଁ ଅମିତ ଚକ୍ରବର୍ତ୍ତୀଙ୍କୁ କୋକ୍ରାଝରର ଗୋଟିଏ କୋର୍ଟରୁ ସମନ ଯାଇଛି। ଅମିତଙ୍କ ଘର ଠାରୁ କୋକ୍ରାଝର ହେଉଛି ୨୭୩ କିମି ଦୂର। ବର୍ଣ୍ଣାଲି ନିଜ ଅଭିଯୋଗରେ ଅମିତ ଓ ଆଉ ୨ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ସେମାନେ ତାଙ୍କୁ ସୋଶାଲ ମିଡିଆରେ ସର୍ବଦା ପିଛା କରିବା ସହ ଅଶାଳୀନ କମେଣ୍ଟ ଦେଇଥିବା ବର୍ଣ୍ଣାଲି ଅଭିଯୋଗ ହୋଇଛି।

Advertisment

କ’ଣ ଥିଲା ପୂରା ଘଟଣା

ଡେପୁଟି କମିଶନର ବର୍ଣ୍ଣାଲି ଫେସବୁକରେ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଏହା ଉପରେ ନରେଶ ବାବୁ ନାମକ ଜଣେ ବ୍ୟକ୍ତି କମେଣ୍ଟ ଦେଇ ପ୍ରଶ୍ନ କରିଥିଲେ ଯେ “ଆଜି କ’ଣ ମେକ ଅପ ନେଇ ନାହାନ୍ତି ମାଡାମ?” ନରେଶଙ୍କ କମେଣ୍ଟରେ ଅମିତ ହାହା ଇମୋଜି ଦେଇଥିଲେ। ଏହାକୁ ଦେଖି ବର୍ଣ୍ଣାଲି ପୂରା ରାଗି ଯାଇଥିଲେ। ସେ ନରେଶଙ୍କ ପୋଷ୍ଟର ଜବାବ ଦେଇ କହିଥିଲେ ଯେ “କାହିଁକି ତୁମର କିଛି ଅସୁବିଧା?”

ବର୍ଣ୍ଣାଲି ଏପରି କମେଣ୍ଟ ପରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହାପରେ କୋକ୍ରାଝର ପୁଲିସ୍‌ ଷ୍ଟେସନରେ ଅମିତ, ନରେଶ ଓ ଅବଦୁଲ ସୁବୁର ଚୌଧୁରୀଙ୍କ ନାଁରେ ମାମଲା ହୋଇଥିଲା।

କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜରେ ୩ ଅଭିଯୁକ୍ତ ଓ ବର୍ଣ୍ଣାଲିଙ୍କ ମଧ୍ୟରେ ସୋଶାଲ ମିଡିଆରେ ହୋଇଥିବା କଥାବାର୍ତ୍ତାର ସ୍କ୍ରିନ ଶଟ୍‌ ରହିଛି। ଗୋଟିଏ ପୋଷ୍ଟରେ ବର୍ଣ୍ଣାଲି ତୃତୀୟ ଅଭିଯୁକ୍ତ ଅବଦୁଲଙ୍କୁ ଧମକ ଦେଇ କହିଛନ୍ତି ଯେ “ଦୟା କରି ଆଇନର ପାଠ ପଢ଼ନ୍ତୁ। ଆଇପିସିର ୩୫୪ଡି ଅଧୀନରେ ତୁମେ ଦୋଷୀ। ମୁଁ ଏନେଇ ସାଇବର ସେଲରେ ଅଭିଯୋଗ କରୁଛି। ତୁମେ ମୋ ପିଛା କରିବା ବଦଳରେ ନିଜ କାମ ଉପରେ ଫୋକସ କର।”

ଆଉ ଏକ ପୋଷ୍ଟରେ ବର୍ଣ୍ଣାଲି କହିଛନ୍ତି, “ଏହା ଏକ ଅଶାଳୀନ ଓ ଅଭଦ୍ର ମନ୍ତବ୍ୟ। ଧାରା ୩୫୪ଏକୁ ଏହା ଉଲ୍ଲଙ୍ଘନ କରିଛି। ମୁଁ ଅଭିଯୋଗ କରିବାକୁ ଯାଉଛି।” ଘଟଣା ସମ୍ପର୍କରେ ଅମିତ କହିଛନ୍ତି, “ମୁଁ କେବଳ ଗୋଟିଏ ଫେସବୁକ ପୋଷ୍ଟରେ କମେଣ୍ଟ ଦେଇଥିଲି। କେବଳ ଖୁସି ପାଇଁ ମୁଁ ଏପରି କରିଥିଲି। ଆଜି ମୋତେ ଜାମିନ ନେବାକୁ ପଡ଼ୁଛି। ମୁଁ ଜାଣି ନାହିଁ ଯେ ବର୍ଣ୍ଣାଲି ଡେକା ଜଣେ ଆଇଏଏସ୍‌ କିମ୍ବା ଡେପୁଟି କମିଶନର।”

ଜାନୁଆରୀ ୨୩ରେ କୋକ୍ରାଝର ପୁଲିସ୍‌ ଷ୍ଟେସନର ଇନଚାର୍ଜ ଅମିତଙ୍କୁ ଫୋନ କରିଥିଲେ। ଯେତବେଳେ ଅମିତ ପ୍ରଶ୍ନ କରିଥିଲେ ସେତେବେଳେ ଅଧିକାରୀ ଜଣଙ୍କ ତାଙ୍କ ନାଁରେ ମାମଲା ଥିବା କହିଥିଲେ। କିନ୍ତୁ ଅମିତ ବିସ୍ତୃତ ତଥ୍ୟ ମାଗିବାରୁ ଅଧିକାରୀ ଜଣଙ୍କ କିଛି ବି କହି ନଥିଲେ। ଏହି ଫୋନ କଲ ପରେ ଅମିତ ତାଙ୍କର ଜଣେ ଓକିଲ ବନ୍ଧୁଙ୍କ ସହ କଥା ହୋଇଥିଲେ। ସେ ପୁଲିସ୍‌ ସହ କଥା ହୋଇ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଅମିତଙ୍କୁ ଦେଇଥିଲେ। ଏହାପରେ ଉଭୟ କୋକ୍ରାଝର କୋର୍ଟରେ ପହଞ୍ଚିଥିଲେ।

ଅମିତ କହିଛନ୍ତି, “ସୋଶାଲ ମିଡିଆ ଭଳି ଗୋଟିଏ ଛୋଟିଆ ଘଟଣାରେ ଜଣେ ଆଇଏଏସ ଅଫିସର କେମିତି ଏତେ ବଡ଼ ପଦକ୍ଷେପ ନେବାକୁ ସମୟ ପାଉଛନ୍ତି, ସେକଥା ବୁଝି ପାରୁନି। ଫେସବୁକରେ କେବଳ ଗୋଟିଏ ହସହସ ଇମୋଜି ପୋଷ୍ଟ କରିବାକୁ ମୋତେ ହଇରାଣ କରାଯାଉଛି। ନରେଶ ନାମକ ଜଣେ ବ୍ୟକ୍ତିଙ୍କ ପୋଷ୍ଟରେ ମୁଁ ପ୍ରତିକ୍ରିୟା ଦେଇଥିଲି। ଏହାବାଦ ମାମଲା ବାବଦରେ ମୁଁ ଆଉ କିଛି ଜାଣିନି।”

Social Media Assam Social Media Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe