Advertisment

ଦୁଇ ସ୍ତ୍ରୀ, ୬ ଗାର୍ଲଫ୍ରେଣ୍ଡ ଓ ୯ ପିଲା… ଧରା ପଡ଼ିଲା ସୋଶାଲ ମିଡିଆ ଷ୍ଟାର୍‌

ଅଜିତ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ୯ଟି ଅପରାଧିକ ମାମଲା ରହିଛି। ପୁଲିସ ପଚରାଉଚରା ବେଳେ ୯ ପିଲା, ଦୁଇ ସ୍ତ୍ରୀଙ୍କୁ ପୋଷିବା ପାଇଁ ଏଭଳି ଠକେଇ କରୁଥିବା ଅଜିତ କହିଛି।

ଅଦ୍ୟତନ ହୋଇଛି
Ajeet Maurya

Ajeet Maurya

Advertisment

ଧରା ପଡ଼ିଲା ଠକଙ୍କ ଗୁରୁ। ସୋଶାଲ ମିଡିଆ ଷ୍ଟାର୍‌ଙ୍କୁ ବାନ୍ଧିଲା ପୁଲିସ। ଠକରୁ ସୋଶାଲ ମିଡିଆ ଷ୍ଟାର ପାଲଟିଥିବା ଅଜିତ ମୌର୍ଯ୍ୟଙ୍କୁ ବୁଧବାର ପୁଲିସ ଗିରଫ କରିଛି। ନୂଆ ବର୍ଷ ପାଳିବା ପାଇଁ ନୂଆ ଜାଗାକୁ ଯିବା ଲାଗି ସ୍ତ୍ରୀଙ୍କ ସହ ପ୍ଲାନିଂ କରୁଥିବା ବେଳେ ପୁଲିସ ଏହି ଠକକୁ କାବୁ କରିନେଇଛି। ଅଜିତ ନାଁରେ ବିଭିନ୍ନ ଠକେଇ ମାମଲା ରୁଜୁ ହୋଇଛି।

Advertisment

ଉତ୍ତର ପ୍ରଦେଶର ଅଜିତ ମୌର୍ଯ୍ୟ ଷଷ୍ଠ ଫେଲ୍‌ ହୋଇଥିଲେ ମଧ୍ୟ ସୋଶାଲ ମିଡିଆରେ ରିଲ୍ସ ଭିଡିଓ ତିଆରି କରିବାରେ ଥିଲା ବେଶ୍‌ ମାହିର୍‌। ବିଭିନ୍ନ ଉପାୟରେ ସେ ଲୋକଙ୍କୁ ଠକୁଥିଲା। ଟଙ୍କା ଡବଲ କରିବା ଠାରୁ ଆରମ୍ଭ କରି ବିଭିନ୍ନ ସ୍କିମ୍‌ ଦେଖାଇ ଲୋକଙ୍କୁ ଚୂନ ଲଗାଉଥିଲା। ଏହି ଟଙ୍କାରେ ସେ ନିଜର ଦୁଇ ପତ୍ନୀ ଓ ୯ ପିଲାଙ୍କ ସହ ଲଗ୍‌ଜୁରୀ ଲାଇଫ୍ ବିତାଉ ଥିଲା।

ପୁଲିସ ସୂଚନା ମୁତାବକ, ଏକ ସ୍କିମ୍‌ ମାଧ୍ୟମରେ କିଛି ଲୋକଙ୍କଠାରୁ ପାଖାପଖି ୩ ଲକ୍ଷ ଟଙ୍କା ନେଇ ଡବଲ କରିବାକୁ ପ୍ରତିଶ୍ରୁତି ଦେଇଥିଲା ଅଜିତ ମୌର୍ଯ୍ୟ। ହେଲେ ଏହି ଟଙ୍କା ନେଇ ସେ ଫେରାର ହୋଇଯାଇଥିବା ଧର୍ମେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଅଜିତ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ୯ଟି ଅପରାଧିକ ମାମଲା ମଧ୍ୟ ରହିଛି। ପୁଲିସ ପଚରାଉଚରା ବେଳେ ୯ ପିଲା, ଦୁଇ ସ୍ତ୍ରୀଙ୍କୁ ପୋଷିବା ପାଇଁ ଏଭଳି ଠକେଇ କରୁଥିବା ଅଜିତ କହିଛି।

Advertisment

ସରୋଜିନୀ ନଗର ଏସ୍‌ଏଚ୍‌ଓଙ୍କ କହିବା ମୁତାବକ, ୨୦୦୦ ମସିହାରେ ମୁମ୍ବାଇରେ ସଙ୍ଗୀତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲା ଠକ ଅଜିତ। ସଙ୍ଗୀତା ଓ ଅଜିତଙ୍କ ୭ଟି ଛୁଆ ଅଛନ୍ତି। ମୁମ୍ବାଇରେ ଥିବା ବେଳେ ସେ ନକଲି ପ୍ଲାଷ୍ଟର ଅଫ୍ ପ୍ୟାରିସ ବିକ୍ରି କରୁଥିଲା। ୨୦୧୦ରେ ସେ ଚାକିରି ହରାଇବା ପରେ ନିଜ ଗାଁ ଗୋଣ୍ଡା ଫେରି ଆସିଥିଲା। ଏହାପରେ ସେ ଆଉ ନୂଆ ଚାକିରି ଖୋଜି ନଥିଲା।

୨୦୧୬ରେ ସେ କରିଥିଲା ପ୍ରଥମ ଅପରାଧ। ଗୋଣ୍ଡାରେ ତା' ନାଁରେ ଚୋରି କେସ୍‌ ରୁଜୁ ହୋଇଥିଲା। ଏହାପରେ ସେ ଆଉ ପଛକୁ ବୁଲି ଦେଖି ନଥିଲା। ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବା। ଦୁଇ ବର୍ଷ ପୂର୍ବେ ସେ ସୁଶୀଳା ନାମକ ଜଣେ ୩୦ ବର୍ଷୀୟ ଯୁବତୀଙ୍କୁ ଭେଟିଥିଲା। ଏହାପରେ ନକଲି ନୋଟ୍‌ ଓ ବିଭିନ୍ନ ସ୍କିମ ମାଧ୍ୟମରେ ଆରମ୍ଭ କରି ଲୋକଙ୍କୁ ଠିକି ଚାଲିଥିଲା ବୋଲି ଜଣେ ବରିଷ୍ଠ କ୍ରାଇମ ବ୍ରାଞ୍ଚର ଅଧିକାରୀ କହିଛନ୍ତି।

୨୦୧୯ରେ ସୁଶୀଳାଙ୍କୁ ବିବାହ କରିଥିଲା ଅଜିତ। ଅଜିତ ଓ ସୁଶିଲାଙ୍କ ଦୁଇ ଛୁଆ ଅଛି। ନିଜର ଦୁଇ ପତ୍ନୀଙ୍କ ପାଇଁ ଅଜିତ ଦୁଇଟି ବିଶାଳ ବଙ୍ଗଳା ମଧ୍ୟ ତିଆରି କରିଛି। କେବଳ ସେତିକି ନିଜେ ଏକା ରହିବା ପାଇଁ ଏକ ଲଗ୍‌ଜୁରୀ ଭଡ଼ା ଘର ମଧ୍ୟ ନେଇଥିଲା ଅଜିତ। ସୋଶାଲ ମିଡିଆରେ ରିଲ୍ସ ଭିଡିଓ କରି ନୂଆ ନୂଆ ଝିଅଙ୍କୁ ମଧ୍ୟ ପଟାଉଥିଲା ଏହି ଠକ। ତା' କଲ୍‌ ରେକର୍ଡରୁ ଅଜିତର ୬ ଜଣ ଗାର୍ଲଫ୍ରେଣ୍ଡ ଥିବା କଥା ମଧ୍ୟ ପୁଲିସ ଜାଣିବାକୁ ପାଇଛି। ଏମାନଙ୍କ ସହ ସେ ଲଙ୍ଗ ଡ୍ରାଇଭ୍‌ରେ ଯାଉଥିଲା ବୋଲି ପୁଲିସ ସୂଚନା ଦେଇଛି। 

Uttar Pradesh Social Media Crime Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe