Advertisment

ଦେଢ ବର୍ଷ ଯୌନ ନିର୍ଯାତନା ସହିବା ପରେ ପାଟି ଫିଟାଇଲେ ନାବାଳିକା, ସିକ୍ୟୁରିଟି ଗାର୍ଡ ଗିରଫ

ନିରୀହ ନାବାଳିକା କିଛି ବୁଝି ପାରୁ ନ ଥିବା ବେଳେ ପାଟି ଫିଟାଇଲେ ମାରି ଦେବାର ଧମକ ଦିଆଯାଉଥିଲା। ମାତ୍ର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ପାଟି ଫିଟାଇଲେ।

author-image
Niharika Rout
Minor Girl

Minor Girl

ଆଠ ବର୍ଷୀୟା ନାବାଳିକାଙ୍କୁ ପ୍ରାୟ ଦେଢ ବର୍ଷ ହେଲା ଦେଇ ଚାଲିଥିଲେ ଯୌନ ନିର୍ଯାତନା। ନିରୀହ ନାବାଳିକା କିଛି ବୁଝି ପାରୁ ନ ଥିବା ବେଳେ ପାଟି ଫିଟାଇଲେ ମାରି ଦେବାର ଧମକ ଦିଆଯାଉଥିଲା। ମାତ୍ର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ପାଟି ଫିଟାଇଲେ। ଆଉ ନିଜ ଉପରେ ବିତୁଥିବା ଅସହ୍ୟ ଯନ୍ତ୍ରଣା ସମ୍ପର୍କରେ ନିଜ ପରିବାର ସମ୍ମୁଖରେ କହିଦେଲେ। ଶେଷରେ ପୁଲିସ୍ ଏହି ଘଟଣାର ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ମୁମ୍ବାଇରେ ଘଟିଛି।

Advertisment

ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ନାବାଳିକାଜଣକ ନିଜ ପରିବାର ସହ ରହୁଥିବା ବେଳେ ସ୍କୁଲରେ ପଢ଼ୁଥିଲେ। ମାତ୍ର ନାବାଳିକାଙ୍କୁ ଏକୁଟିଆ ପାଇ ସିକ୍ୟୁରିଟି ଗାର୍ଡଜଣକ ଅଧିକାଂଶ ସମୟରେ ତାଙ୍କୁ ଆପାର୍ଟମେଣ୍ଟର ମିଟର ରୁମ୍‌କୁ ନେଇ ଯାଉଥିଲେ। ତାହା ଲୋକଙ୍କ ଆଢ଼ୁଆଳରେ ରହୁଥିବାରୁ ସେଠାରେ ସେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଏଥିସହ ପାଟି ନ ଫିଟାଇବାକୁ ନାଲିଆଖି ଦେଖାଉଥିଲେ।

ପ୍ରାୟ ଦେଢ ବର୍ଷ ଧରି ଏପରି ନିର୍ଯାତିତ ହେବା ପରେ ନାବାଳିକାଜଣକ ନିଜ ପରିବାର ସମ୍ମୁଖରେ ସବୁ ସତ କଥା କହିଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ନେଇ ଥାନାକୁ ଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧିଛି।

Advertisment
Mumbai Police Minor Girl Rapped Arrest