Advertisment

ଅତି କମରେ ୩ଟି ପିଲା ଜରୁରୀ: କାହିଁକି ଏମିତି କହିଲେ ଆରଏସଏସ ମୁଖ୍ୟ?

ଅତି କମରେ ସମସ୍ତେ ୨ରୁ ଅଧିକ ଅର୍ଥାତ ୩ଟି ସନ୍ତାନଙ୍କୁ ଜନ୍ମ ଦେବା ଦରକାର ବୋଲି ମୋହନ ଭାଗବତ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
RSS

RSS

ଆରଏସଏସ ମୁଖ୍ୟ ମୋହନ ଭାଗବତ ପରିବାର ଉପରେ ଗୁରୁତ୍ୱ ଦେଇ ବଡ଼ ବୟାନ ରଖିଛନ୍ତି। ଯଦି ସମାଜର ଜନସଂଖ୍ୟା ଅଭିବୃଦ୍ଧି ୨.୧ ତଳକୁ ଖସି ଯିବ, ତା’ହେଲେ ସମାଜ ନିଜେ ନିଜେ ହିଁ ନଷ୍ଟ ହୋଇଯିବ। ତେଣୁ ଅତି କମରେ ସମସ୍ତେ ୨ରୁ ଅଧିକ ଅର୍ଥାତ ୩ଟି ସନ୍ତାନଙ୍କୁ ଜନ୍ମ ଦେବା ଦରକାର ବୋଲି ମୋହନ ଭାଗବତ କହିଛନ୍ତି।

Advertisment

ନାଗପୁରରେ ଆୟୋଜିତ କାଥାଲେ କୁଲ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଭାଗବତ କହିଛନ୍ତି, “କୁଟୁମ୍ବ ହେଉଛି ଆମ ସମାଜର ଅଂଶ ବିଶେଷ। ପ୍ରତିଟି ପରିବାର ଗୋଟିଏ ଗୋଟିଏ ୟୁନିଟ। ଜନସଂଖ୍ୟା ହ୍ରାସ ପାଇବା ଚିନ୍ତାର ବିଷୟ। କାରଣ ଲୋକସଂଖ୍ୟା ଶାସ୍ତ୍ର କହୁଛି ଯଦି ଆମେ ୨.୧% ତଳକୁ ଖସିଯିବା, ତା’ହେଲେ ସମାଜ ନଷ୍ଟ ହୋଇଯିବ। ଏହାକୁ କେହି ଧ୍ୱଂସ କରିବେ ନାହିଁ, ସମାଜ ଆପେ ଆପେ ହିଁ ଧ୍ୱଂସ ହୋଇଯିବ।”

ସେ ଆହୁରି କହିଛନ୍ତି, “ଆମ ଦେଶର ଜନସଂଖ୍ୟା ନୀତି, ଯାହା ୧୯୯୮ କିମ୍ବା ୨୦୦୨ରେ ଲାଗୁ ହୋଇଥିଲା, ସେଥିରେ କୁହାଯାଇଥିଲା ଯେ ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ତଳକୁ ଖସିବା ଉଚିତ ନୁହେଁ।

Advertisment

ଆମକୁ ଦୁଇରୁ ଅଧିକ ସନ୍ତାନର ଆବଶ୍ୟକ ଅର୍ଥାତ ୩ଟି ସନ୍ତାନ। ଜନସଂଖ୍ୟା ବିଜ୍ଞାନ ମଧ୍ୟ ଏହା କହୁଛି। ଏହି ସଂଖ୍ୟା ମହତ୍ତ୍ୱପୂର୍ଣ୍ଣ। କାରଣ ଏହା (ସମାଜ) ଜୀବିତ ରହିବା ଦରକାର।”

Mohan Bhagawat RSS Chief