Advertisment

ବସ୍‌ଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କଲେ, ମନା କରିବାରୁ...

ଚାକିରିରେ ଉନ୍ନତି ପାଇଁ ପତ୍ନୀଙ୍କୁ ନିଜ ବସ୍‌ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟକ୍ତିଜଣକ । ମାତ୍ର ପତ୍ନୀଜଣକ ପତିଙ୍କ ଏପରି ନିର୍ଦ୍ଦେଶକୁ ନ ମାନିବାରୁ ମିଳିଲା କଡ଼ା ଶାସ୍ତି।

Accused

Accused

Advertisment

ବିବାହ ପରେ ପତ୍ନୀଙ୍କ ସୁରକ୍ଷା ସ୍ୱାମୀର ପ୍ରଥମ କର୍ତ୍ତବ୍ୟ । ମାତ୍ର ଖୋଦ ସ୍ୱାମୀ ହିଁ ଯେତେବେଳେ ନିଜ ସ୍ୱାର୍ଥ ପାଇଁ ପତ୍ନୀକୁ ପର ପୁରୁଷ ପାଖକୁ ଠେଲେ ଏହାର ପରିଣାମ ଭୟଙ୍କର ହୁଏ। ଚାକିରିରେ ଉନ୍ନତି ପାଇଁ ପତ୍ନୀଙ୍କୁ ନିଜ ବସ୍‌ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟକ୍ତିଜଣକ । ମାତ୍ର ପତ୍ନୀଜଣକ ପତିଙ୍କ ଏପରି ନିର୍ଦ୍ଦେଶକୁ ନ ମାନିବାରୁ ମିଳିଲା କଡ଼ା ଶାସ୍ତି। ନିଷ୍ଠୁର ସ୍ୱାମୀ ତାଙ୍କୁ ଦେଲେ ଟ୍ରିପଲ୍‌ ତଲାକ ।

Advertisment

ଏପରି ଘଟଣା ମହାରାଷ୍ଟ୍ରରେ ଘଟିଛି। ଅଭିଯୁକ୍ତଜଣକ ଜଣେ ୪୫ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ବୋଲି ଜଣାଯାଇଛି। ଗତ ଜାନୁୟାରୀ ମାସରେ ସେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହର ପ୍ରଥମ କିଛି ମାସ ବେଶ୍‌ ହସଖୁସିରେ କଟିଲା।

ମାତ୍ର ଏହାପରେ ପ୍ରଥମ ପତ୍ନୀଙ୍କୁ ୧୫ ଲକ୍ଷ ଦେବା ନିମନ୍ତେ ସେ ଦ୍ୱିତୀୟ ପତ୍ନୀଙ୍କ ଉପରେ ଚାପ ପକାଉଥିଲେ। ଏପରିକି ନିଜ ବାପ ଘରୁ ଆଣି ଉକ୍ତ ଟଙ୍କା ଦେବାକୁ ସେ କହୁଥିଲେ। ମାତ୍ର ଏଥିରେ ଦ୍ୱିତୀୟ ପତ୍ନୀ ରାଜି ହୋଇ ନ ହେବାରୁ ସେ ତାଙ୍କୁ ମାରପିଟ କରିବାକୁ ପଛାଇଲେ ନାହିଁ।

Advertisment

ଏହାପରେ ଗତ ୧୯ ତାରିଖରେ ଆୟୋଜିତ ଏକ ଅଫିସ ପାର୍ଟିରେ ନିଜ ବସ୍‌ଙ୍କ ଶାରୀରିକ ସମ୍ବନ୍ଧ ରଖିବା ନିମନ୍ତେ ପତ୍ନୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ମାତ୍ର ମହିଳାଜଣକ ଏହାକୁ ଦୃଢ ଭାବେ ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଞ୍ଜିନିୟରଜଣକ ଦ୍ୱିତୀୟ ପତ୍ନୀଙ୍କୁ ଟ୍ରିପଲ୍‌ ତଲାକ୍‌ ଦେଇଦେଲେ। ଏଥିସହ ନିଜ ପତ୍ନୀଙ୍କୁ ଘରୁ ଧକ୍କା ମାରି ବାହାର କରିଦେଇଥିବା ଜଣାଯାଇଛି।

ଏନେଇ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ନିଜ ସ୍ୱାମୀଙ୍କ ନାମରେ ଶମ୍ଭାଜୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Triple Talaq Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe