Advertisment

ସୀମା ଲଙ୍ଘୁଛି ପାକିସ୍ତାନ: ଏଲଓସିରେ ଜଣେ ଯବାନ ସହିଦ, ୧୨ ଭାରତୀୟ ମୃତ

ଆର୍ମି ପକ୍ଷରୁ କୁହାଯାଇଛି ଯେ ମେ’ ୭-୮ ତାରିଖ ରାତିରେ ପାକିସ୍ତାନ ଆର୍ମି ପୋଷ୍ଟରୁ ଛୋଟ ବନ୍ଧୁକ ଓ ଆର୍ଟିଲେରୀ ବନ୍ଧୁକ ଦ୍ୱାରା କୁପୱାଡା, ବାରମୁଲ୍ଲା, ଉରି ଓ ଅଖନୁରରେ ଗୁଳି ବର୍ଷା ହୋଇଛି।

Dinesh

Dinesh

Advertisment

ଅପରେସନ ସିନ୍ଦୂର ପରେ ସୀମା ଲଙ୍ଘିବାରେ ଲାଗିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର ପ୍ରକୃତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗତକାଲି ରାତିରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଛି। କୁପୱାଡା, ବାରମୁଲ୍ଲା, ଉରି ଓ ଅଖନୁର ସେକ୍ଟରରେ ପାକିସ୍ତାନ ଗୁଳି ବର୍ଷା କରୁଛି।

Advertisment

ସୀମାରେ ରହୁଥିବା ସାଧାରଣ ନାଗରିକ ଓ ସେନା ପୋଷ୍ଟ ଉପରେ ପାକିସ୍ତାନ ଗୁଳିଗୋଳା ଓ ମୋର୍ଟାର ମାଡ଼ କରିଛି। ପାକିସ୍ତାନ ଏପରି ଗୁଳି ମାଡ଼ ଯୋଗୁ ୧୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ସେନା ଯବାନ ଓ ୪ ଜଣ ଚୋଟ ପିଲା ରହିଛନ୍ତି।

ଆର୍ମି ପକ୍ଷରୁ କୁହାଯାଇଛି ଯେ ମେ’ ୭-୮ ତାରିଖ ରାତିରେ ପାକିସ୍ତାନ ଆର୍ମି ପୋଷ୍ଟରୁ ଛୋଟ ବନ୍ଧୁକ ଓ ଆର୍ଟିଲେରୀ ବନ୍ଧୁକ ଦ୍ୱାରା କୁପୱାଡା, ବାରମୁଲ୍ଲା, ଉରି ଓ ଅଖନୁରରେ ଗୁଳି ବର୍ଷା ହୋଇଛି। ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ପାକିସ୍ତାନ ଏଲଓସିରେ କରିଥିବା ଗୁଳି ମାଡ଼ରେ ୧୩ ଜଣ ଭାରତୀୟଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛି।

Advertisment

ସାମ୍ନାକୁ ଆସିଥିବା ଚିତ୍ର ଅନୁସାରେ ପାକିସ୍ତାନ ଗୁଳି ମାଡ଼ରେ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସେମାନଙ୍କ କାନ୍ଥ ଠାରୁ ଆରମ୍ଭ କରି ଛାତ ପାକିସ୍ତାନର ମୋର୍ଟାର ମାଡ଼ରେ ଭାଙ୍ଗି ଯାଇଛି। ପାକିସ୍ତାନ ଗୁଳି ମାଡ଼କୁ ତୀବ୍ର କରିବାକୁ କିଛି ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି।

ପାକିସ୍ତାନ ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିବାରୁ ଭରାତୀୟ ସେନାରେ କାମ କରୁଥିବା ଦୀନେଶ କୁମାର ଶର୍ମା ସହିଦ ହୋଇଛନ୍ତି। ଦୀନେଶଙ୍କ ଘର ହରିୟାଣାରେ ସେ ଦେଶ ପାଇଁ ବଳିଦାନ ଦେଇଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ତାଙ୍କୁ ଶ୍ରଦ୍ଧାଳୁ ଜଣାଇଛନ୍ତି। 

Jammu Kashmir Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe