Advertisment

ଛୁଟିରେ ଆସିଥିବା ସୈନିକ ନିଖୋଜ: କାରରେ ପଡିଛି ଚପଲ, ଲାଗିଛି ରକ୍ତ ଛିଟା

ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।

Jammu Kashmir Missing Soldier

Jammu Kashmir Missing Soldier

Advertisment

ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ। କାର୍ ନେଇ ଘରୁ ବାହାରକୁ ଯାଇଥିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରୁ ଅପହରଣ କରି ନେଇଇଥିବା ପରିବାର ଲୋକଙ୍କ ଅଭିଯୋଗ। ଖବର ପାଇ ସେନା କର୍ମଚାରୀ ଏବଂ ପୁଲିସର ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି।

Advertisment

ନିଖୋଜ ସୈନିକଙ୍କ ନାମ ଜାବେଦ୍ ଅହମ୍ମଦ ୱାନି, ତାଙ୍କୁ 25 ବର୍ଷ। ସେ କୁଲଗାମ ଜିଲ୍ଲାର ଆଚାଥାଲ ଅଞ୍ଚଳର ବାସିନ୍ଦା। ଭାରତୀୟ ସେନା କର୍ମଚାରୀ ଜାଭେଦ୍ ଅହମ୍ମଦ ୱାନି ଲେହ(ଲଦାଖ)ରେ ପୋଷ୍ଟିଂ ହୋଇଥିଲେ। କିଛିଦିନ ହେବ ଘରକୁ ଛୁଟିରେ ଆସିଥିଲେ। ଗତକାଲି ସନ୍ଧ୍ୟାରେ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଚୋୱାଲଗାମ ଯାଇଥିଲା। କିନ୍ତୁ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ରାତି ପ୍ରାୟ 8 ଟା ସମୟରେ ପାରାନହଲ ଗାଁରେ ତାଙ୍କ କାର୍ ଥିବା ଦେଖିବାକୁ ପାଇଥିଲେ।

Advertisment

କିନ୍ତୁ କାରରେ ଜାବେଦ ନଥିଲେ। ଅନଲକ୍ ହୋଇଥିବା କାରରେ ଜାବେଦଙ୍କ ଚପଲ ଏବଂ ରକ୍ତ ଦାଗ ଦେଖିବାକୁ ପାଇଥିଲେ ପରିବାର ଲୋକ। ଏନେଇ ଅଭିଯୋଗ କରିବା ପରେ ଭାରତୀୟ ସେନା ଏବଂ ପୁଲିସ ଜାବେଦଙ୍କ ସନ୍ଧାନ ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସ୍ଥାନୀୟ ଅଞ୍ଚଳକୁ ଘେରା ବନ୍ଦୀ କରି ଖୋଜାଖୋଜି କରୁଛି। ନିକଟ ଅତୀତରେ ଜାମ୍ମୁ କାଶ୍ମୀର ଅଞ୍ଚଳରେ ଏପରି ବହୁଥର ଛୁଟିରେ ଆସିଥିବା ଅନେକ ସୈନିକଙ୍କୁ ଆତଙ୍କବାଦୀ ଅପହରଣ କରି ହତ୍ୟା କରିଛନ୍ତି।

Terrorist Attack Jammu Kashmir News Kashmir Soldier Missing News Soldier Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe