Advertisment

ବଡ଼ ଏନକାଉଣ୍ଟର: ଯବାନ ସହିଦ, ଲୁଚିଛନ୍ତି ୪ ଜୈଶ ଆତଙ୍କବାଦୀ

ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ସେହିପରି ୩ରୁ ୪ ଜଣ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ଜଣାପଡ଼ିଛି।

Jaish

Jaish

Advertisment

ଜମ୍ମୁ-କଶ୍ମୀରର ଉଧମପୁରରେ ବଡ଼ ଏନକାଉଣ୍ଟର। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ସେହିପରି ୩ରୁ ୪ ଜଣ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ଜଣାପଡ଼ିଛି।

Advertisment

ସେନା ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜାରି ବିବୃତିରେ କୁହାଯାଇଥିଲା ଯେ କିସ୍ତୱାରର ସାଧାରଣ ଅଞ୍ଚଳରେ ଗୋଟିଏ ଏନକାଉଣ୍ଟର ଆରମ୍ଭ ହୋଇଛି। ହେଲେ ପରବର୍ତ୍ତୀ ସମୟରେ ଗୋଟିଏ ଅପଡେଟ ବିବୃତିରେ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଡୋଡା-ଉଧମପୁର ସୀମାନ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

ଡୋଡା-ଉଧମପୁର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପ୍ରଥମେ ଖବର ମିଳିଥିଲା। ଏହି ତଥ୍ୟ ପରେ ସ୍ଥଳ ସେନା, ଏସ୍‌ଓଜି ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳକୁ କର୍ଡନ କରାଯିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଏହି ଏନକାଉଣ୍ଟରରେ ଜଣେ ଯବାନ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ସ୍ଥାନୀୟ ଅଞ୍ଚଳରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଖତମ କରିବା ପାଇଁ ଏବେ ବି ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି।

Encounter Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe