Advertisment

NEET ପ୍ରଶ୍ନପତ୍ର ଲିକ୍ ପଛରେ 'ସୋଲଭର ଗ୍ୟାଙ୍ଗ', ଗିରଫ ହେଲା ମାଷ୍ଟରମାଇଣ୍ଡ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ହୋଇଥିବା ଏହି ବିରାଟ ଘୋଟାଲା ପଛରେ ରବି ଅତ୍ରିର ରହିଛି ବଡ଼ ହାତ।

author-image
Debibandita Barick
Protesters

Protesters

NEET UG ପ୍ରଶ୍ନପତ୍ର ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତଦନ୍ତକାରୀ ସଂସ୍ଥାକୁ ମିଳିଛି ବଡ଼ ସଫଳତା। ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ ଗିରଫ ହୋଇଛି। ଆଜି ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (STF) ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଗିରଫ କରିଛି।

Advertisment

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ହୋଇଥିବା ଏହି ବିରାଟ ଘୋଟାଲା ପଛରେ ରବି ଅତ୍ରିର ରହିଛି ବଡ଼ ହାତ। ରବି ଅତ୍ରି ସମେତ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ 'ସୋଲଭର ଗ୍ୟାଙ୍ଗ୍' ମାଧ୍ୟମରେ ସୋଶାଲ ମିଡିଆରେ ପଶ୍ନପତ୍ର ଲିକ୍ କରାଇଥିବା ଅଭିଯୋଗ ହୋଇଛି। ଆଜି କିଛି ଘଣ୍ଟା ପୂର୍ବରୁ 5 ଜଣ ଅଭିଯୁକ୍ତ ଗିରଫ ହେବା ପରେ ମାଷ୍ଟରମାଇଣ୍ଡର ଟେର୍ ପାଇଥିଲା ପୁଲିସ।

ପ୍ରକାଶ ଥାଉକି ଆଜି ବିହାର ପୁଲିସ ପ୍ରଶ୍ନପତ୍ର ଲିକ୍ ସହ ଜଡିତ 5 ଜଣଙ୍କୁ ଗିରଫ କରିଥିଲା। ପଚରା ଉଚରା ସମୟରେ ଏମାନଙ୍କର ମାଷ୍ଟରମାଇଣ୍ଡ ସହ ଲିଙ୍କ୍ ଥିବା ଜାଣିବାକୁ ପାଇଥିଲା ପୁଲିସ। ଏହାପରେ  ୟୁପି STF ତଦନ୍ତ କରି ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଗିରଫ କରିଛି।

Advertisment

ରିପୋର୍ଟ ଅନୁସାରେ, ରବି ଅତ୍ରି ଜଣେ ଡାକ୍ତରୀ ଛାତ୍ର। ସେ 2007ରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ରାଜସ୍ଥାନ କୋଟାରେ ପ୍ରସ୍ତୁତ କରୁଥିଲେ। ପାଞ୍ଚ ବର୍ଷ ପରେ ଅର୍ଥାତ୍ 2012ରେ ଏଣ୍ଟ୍ରାନ୍ସ କ୍ଲିଅର୍ କରିଥିଲେ ଏବଂ PGI ରୋହତକରେ ଆଡମିଶନ କରିଥିଲେ। କିନ୍ତୁ ଚତୁର୍ଥ ବର୍ଷ ପାଠ୍ୟକ୍ରମ ଶେଷ ନକରି 'ଏଗଜାମ୍ ମାଫିଆ' ବନି ଯାଇଥିଲେ। ସେ ପ୍ରଶ୍ନପତ୍ର ଲିକରେ ମୁଖ୍ୟ ଭୂମିକା ନିଭାଇଥିବା ପୁଲିସ କହିଛି। 

NEET UG Exam 2024 NEET NEET UG 2024 Row NEET Result