Advertisment

ଅତିକ ଅହମଦ ହତ୍ୟା ଘଟଣା: କେହି ଜଣେ ସାମିଲ ଥିବା କହିଲେ ସୁପ୍ରିମକୋର୍ଟ

୨୦୧୭ରୁ ପୁଲିସ୍‌ କହିଥିବା ୧୮୩ଟି ଏନକାଉଣ୍ଟର୍‌ ଜନିତ ମୃତ୍ୟୁ ଘଟଣାର ରିପୋର୍ଟ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କୁ ମାଗିଛନ୍ତି।

Atiq

Atiq

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବିନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ୍‌ ହେପାଜତରେ ହତ୍ୟା କରାଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି। ଏପ୍ରିଲ ୧୫ରେ ଅତିକ ଓ ଅଶରଫଙ୍କୁ ପ୍ରୟାଗରାଜର ଗୋଟିଏ ହସ୍ପିଟାଲ ପରିସରରେ ୩ ଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ।

Advertisment

ପୁଲିସ୍‌ ହେପାଜତରେ ଉଭୟ ଥିଲେ ହେଁ ସେମାନଙ୍କୁ ଗୁଳି କରାଯାଇଥିଲା। ତେଣୁ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କେହି ଜଣେ ପୂରା ଘଟଣାରେ ସାମିଲ ଥିବା କହିଛନ୍ତି। ଏଥିସହ ୨୦୧୭ରୁ ପୁଲିସ୍‌ କହିଥିବା ୧୮୩ଟି ଏନକାଉଣ୍ଟର୍‌ ଜନିତ ମୃତ୍ୟୁ ଘଟଣାର ରିପୋର୍ଟ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କୁ ମାଗିଛନ୍ତି।

ରାଜ୍ୟ ପୁଲିସ୍‌ର ସୂଚନା ଅନୁସାରେ, ଯୋଗୀ ଆଦିତ୍ୟନାଥ ସରକାର ୨୦୧୭ ମାର୍ଚ୍ଚରେ ଶାସନ ଆରମ୍ଭ କରିବା ପରଠାରୁ ରାଜ୍ୟରେ ୧୮୩ ଜଣ ଏନକାଉଣ୍ଟର୍‌ରେ ପ୍ରାଣ ହରାଇଛନ୍ତି।

Advertisment

ଏବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ ଓ ଜଷ୍ଟିସ ଅରବିନ୍ଦ କୁମାର ଉତ୍ତର ପ୍ରଦେଶ ସରକାରଙ୍କୁ ଏହି ସବୁ ଏନକାଉଣ୍ଟର ଘଟଣାରେ ଜବାବ ତଲବ କରିଛନ୍ତି। ଆସନ୍ତା ୬ ସପ୍ତାହ ମଧ୍ୟରେ ଏନକାଉଣ୍ଟରଗୁଡ଼ିକର ବିସ୍ତୃତ ତଥ୍ୟ, ତଦନ୍ତର ସ୍ଥିତାବସ୍ଥା, ଦାଖଲ ହୋଇଥିବା ଚାର୍ଜଶିଟ ଓ ଶୁଣାଣିର କେଉଁଠି ପର୍ଯ୍ୟାୟରେ ରହିଛି, ତା’ର ସୂଚନା ସତ୍ୟପାଠ ଆକାରରେ ଦେବାକୁ କହିଛନ୍ତି।

ଖଣ୍ଡପୀଠ ଅତିକ ଓ ଅଶରଫଙ୍କ ଗୁଳି ମାଡ଼ ଘଟଣାରେ କହିଛନ୍ତି, “ତାଙ୍କୁ(ଅତିକ) ଘଟଣା ବେଳେ ୫ରୁ ୧୦ ଜଣ ସୁରକ୍ଷାବଳୟ ମଧ୍ୟରେ ନେଉଥିଲେ। କେମିତି କେହି ଜଣେ ଆସିଲା ଓ ଗୁଳି କରିଦେଲା? ଏହା କେମିତି ସମ୍ଭବ ହେଲା? କେହି ଜଣେ ଏଥିରେ ନିଶ୍ଚିତ ସାମିଲ ଅଛି।”

ଏହାବାଦ କୋର୍ଟ ଅତିକ ଓ ଅଶରଫଙ୍କ ଭଉଣୀ ଆୟେଶା ନୁରୀଙ୍କ ଆବେଦନ ଆଧାରରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ମଧ୍ୟ କରିଛନ୍ତି। ନୁରୀ ତାଙ୍କ ଦୁଇ ଭାଇଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ତେବେ କୋର୍ଟ ବିଶାଳ ତିୱାରୀ ସ୍ୱାଧୀନ ନ୍ୟାୟିକ କମିଶନ ଗଠନ କରି ଏନକାଉଣ୍ଟର ଘଟଣା ଗୁଡ଼ିକର ତଦନ୍ତ ପାଇଁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ହିଁ ତଦନ୍ତ ପାଇଁ କମିଶନ ଗଠନ କରି ସାରିଥିବା ଖଣ୍ଡପୀଠ କହିଛନ୍ତି।

ଏପ୍ରିଲ ୧୫ରେ ଅତିକ ଓ ଅଶରଫଙ୍କୁ ପୁଲିସ୍‌ ଚେକଅପ ପାଇଁ ପ୍ରୟାଗରାଜର ଗୋଟିଏ ହସ୍ପିଟାଲକୁ ରାତି ପ୍ରାୟ ୧୦ଟା ସମୟରେ ନେଉଥିଲା। ଏହି ସମୟରେ ସେଠାରେ ପୂର୍ବରୁ ସାମ୍ବାଦିକ ବେଶରେ ଥିବା ୩ ଜଣ ଯୁବକ ପଏଣ୍ଟ ବ୍ଲାଙ୍କରୁ ଦୁଇ ଭାଇଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଏପ୍ରିଲ ୧୩ରେ ଝାନସୀରେ ଏସଟିଏଫ ଏନକାଉଣ୍ଟରରେ କରିଥିଲା। ଏଥିରେ ଅତିକଙ୍କ ପୁଅ ଅସଦ ପ୍ରାଣ ହରାଇଥିଲା। ବର୍ତ୍ତମାନ ଊତ୍ତର ପ୍ରଦେଶ ସରକାର ସମସ୍ତ ଏନକାଉଣ୍ଟର ଘଟଣାର ତଦନ୍ତ ନିରପେକ୍ଷ ଭାବେ କରୁଥିବା ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

Uttar Pradesh Supreme Court Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe