Advertisment

ପୁଅ କଥା ମାନିଲେନି ବାପା, ରଚିଲା ନିଜ ଅପହରଣ ନାଟକ

ନିଜ ପୁଅ ଅପହରଣ ନେଇ ଜଣେ ବ୍ୟକ୍ତିଙ୍କ ଫୋନ୍‌କୁ ଏପରି ମେସେଜ ଆସିବା ପରେ ପୂରା ଘରେ ଖେଳିଗଲା ଆତଙ୍କ । ତୁରନ୍ତ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ବ୍ୟକ୍ତିଜଣକ ଥାନାର ଦ୍ୱାରସ୍ଥ ହେଲେ।

author-image
Niharika Rout
Police On Spot

Police On Spot

‘ତୁମ ପୁଅ ଅପହରଣ ହୋଇ ଯାଇଛି। ତାକୁ ଖୋଜିବାକୁ ଚେଷ୍ଟା କରିବନି। ’ ନିଜ ପୁଅ ଅପହରଣ ନେଇ ଜଣେ ବ୍ୟକ୍ତିଙ୍କ ଫୋନ୍‌କୁ ଏପରି ମେସେଜ ଆସିବା ପରେ ପୂରା ଘରେ ଖେଳିଗଲା ଆତଙ୍କ । ତୁରନ୍ତ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ବ୍ୟକ୍ତିଜଣକ ଥାନାର ଦ୍ୱାରସ୍ଥ ହେଲେ। ପୁଲିସ୍‌ ବି ଏହି ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରି ୧୦ ଘଣ୍ଟାରେ ଅପହୃତ ନାବାଳକ ପୁଅକୁ ଉଦ୍ଧାର କଲା। ହେଲେ ଏହି ଅପହରଣ ପଛର ମୁଖ୍ୟ ଖଳନାୟକ କିଏ ଜାଣି ପୁଲିସ୍‌କୁ ବି ଲାଗିଲା ଝଟକା। ଏପରି ଏକ ଘଟଣା ଉତ୍ତରପ୍ରଦେଶର ମଥୁରାରେ ଘଟିଛି।

Advertisment

ମଥୁରା ସହରରେ ରହୁଥିବା ରାଜେଶ ଚୌଧୁରୀ ନାମକ ବ୍ୟକ୍ତି ଗତକାଲି ଥାନାରେ ପହଞ୍ଚିଥିଲେ। ନିଜ ୧୭ ବର୍ଷୀୟ ପୁଅ ଅର୍ଜୁନ ହଠାତ୍‌ ଅପହରଣର ଶିକାର ହୋଇଥିବା ସେ ପୁଲିସ୍‌ ସମ୍ମୁଖରେ କହିଥିଲେ। ପୁଅ କ୍ଷୀର ଆଣିବାକୁ ଘରୁ ଯାଇଥିବା ବେଳେ ଆଉ ଫେରି ନ ଥିଲା। ଏହାପରେ ପୁଅ ଅପହରଣର ଶିକାର ହୋଇଥିବା ମେସେଜ ଆସିଥିଲା।

ପୁଲିସ୍‌ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରି ଅର୍ଜୁନଙ୍କ ମୋବାଇଲ ଟ୍ରାକ୍‌ କରିଥିଲା। ଉକ୍ତ ସମୟରେ ମୋବାଇଲ ଲୋକେସନ ଦିଲ୍ଲୀରେ ଦେଖାଇଥିଲା। ତୁରନ୍ତ ମଥୁରା ପୁଲିସ୍‌ ଦିଲ୍ଲୀ ପୁଲିସ୍‌ ସହ ଯୋଗାଯୋଗ କରି ଅର୍ଜୁନଙ୍କୁ ଦିଲ୍ଲୀରୁ ଉଦ୍ଧାର କରିଛି। ହେଲେ ଏହାପରେ ଅପହରଣ ପଛର କାରଣ ଓ ମୁଖ୍ୟ ଖଳନାୟକ କିଏ ଜାଣି ଚକିତ ହୋଇ ଯାଇଛି।

Advertisment

କାରଣ ଖୋଦ ଅର୍ଜୁନ ହିଁ ରଚିଥିଲେ ନିଜ ଅପହରଣ ନାଟକ । ନିଜର ଏକ ଦାବି ପୂରଣ ନିମନ୍ତେ ପରିବାର ଲୋକଙ୍କ ଆଗରେ ଜିଦ୍‌ କରି ପାଇ ପାରି ନ ଥିଲେ ଅର୍ଜୁନ । ତେଣୁ ପରିବାର ସଦସ୍ୟଙ୍କୁ ପାନେ ଦେବାକୁ ନିଜ ଅପହରଣ ନାଟକ ରଚିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

Uttar Pradesh Delhi