Advertisment

Stop Rape: ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣା: ଘର ମାଲିକଙ୍କ ପୁଅକୁ ବାନ୍ଧିଲା ପୁଲିସ

ମହିଳା ଡାକ୍ତରଙ୍କୁ ପ୍ରଶାନ୍ତ ମାନସିକ ନିର୍ଯାତନା ଦେଉଥିଲେ। ଏକଥା ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଡାକ୍ତର ଜଣଙ୍କ ନିଜ ବାମ ହାତର ପାପୁଲିରେ ଲେଖିଥିଲେ। ଉକ୍ତ ସୁଇସାଇଡ ଲେଖା ଆଧାରରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

Maha1

ଦୁଇ ଅଭିଯୁକ୍ତ

Advertisment

ମହାରାଷ୍ଟ୍ର(Maharashatra) ସତାରାରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଶାନ୍ତ ବାଙ୍କର। ମହିଳା ଡାକ୍ତର ଜଣଙ୍କ ଯେଉଁ ଘରେ ଭଡ଼ା ରହୁଥିଲେ, ତା’ର ମାଲିକଙ୍କ ପୁଅ ହେଉଛନ୍ତି ପ୍ରଶାନ୍ତ।

Advertisment

ମହିଳା ଡାକ୍ତରଙ୍କୁ ପ୍ରଶାନ୍ତ ମାନସିକ ନିର୍ଯାତନା ଦେଉଥିଲେ। ଏକଥା ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଡାକ୍ତର ଜଣଙ୍କ ନିଜ ବାମ ହାତର ପାପୁଲିରେ ଲେଖିଥିଲେ। ଉକ୍ତ ସୁଇସାଇଡ ଲେଖା ଆଧାରରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। 

ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ସତାରା ଜିଲ୍ଲା ପୁଲିସ କରୁଛି। ପିଏସ୍‌ଆଇ ଗୋପାଳ ବଦାନେ ଓ ପ୍ରଶାନ୍ତଙ୍କ ନାଁରେ ପୁଲିସ୍‌ ଦୁଷ୍କର୍ମ(Stop Rape) ଓ ଆତ୍ମହତ୍ୟା ପାଇଁ ଉସକାଇବା ଭଳି ମାମଲା କରିଥିଲା। ଶୁକ୍ରବାର ପୁଲିସ ପ୍ରଶାନ୍ତଙ୍କୁ ଗିରଫ କରିଥିବା ବେଳେ ଏବେ ବି ପିଏସ୍‌ଆଇ ଗୋପାଳ ଫେରାର ରହିଛନ୍ତି। 

Advertisment

ପୁଲିସର କହିବା କଥା ଯେ ପିଏସ୍ଆଇ ଗୋପାଳଙ୍କ ସହ ମିଶି ପ୍ରଶାନ୍ତ ମହିଳା ଡାକ୍ତରଙ୍କୁ ନିୟମିତ ମାନସିକ ନିର୍ଯାତନା ଦେଇ ଚାଲିଥିଲେ। ଭଡ଼ା ଘର ଖାଲି କରିବାକୁ ସେ ନିୟମିତ ତାଙ୍କୁ ଧମକ ଦେଉଥିଲେ। ପିଏସ୍‌ଆଇ ଗୋପାଳ ୫ ମାସରେ ମହିଳା ଡାକ୍ତରଙ୍କୁ ୪ ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଗୋପାଳଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ପ୍ରଶାନ୍ତ। ତେଣୁ ଗୋପାଳଙ୍କ କଥାରେ ପ୍ରଶାନ୍ତ ମହିଳା ଡାକ୍ତରଙ୍କୁ ନିୟମିତ ନିର୍ଯାତନା ଦେଇ ଆସୁଥିଲେ ବୋଲି ପୁଲିସ୍‌ କହିଛି। 

୨୮ ବର୍ଷୀୟ ମହିଳା ଡାକ୍ତର ଜଣଙ୍କ ଫଲଟନ ସ୍ଥିତ ଗୋଟିଏ ସରକାରୀ ହସ୍ପିଟାଲରେ କାମ କରୁଥିଲେ। ତାଙ୍କ ମୂଳ ଘର ବୀଡ ଜିଲ୍ଲାରେ। ଗୁରୁବାର ରାତିରେ ସ୍ଥାନୀୟ ହୋଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।

ସେ ହାତ ପାପୁଲିରେ ଲେଖିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ ଯେ ପିଏସଆଇ ଗୋପାଳ ତାଙ୍କୁ ୫ ମାସ ମଧ୍ୟରେ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି ଓ ପ୍ରଶାନ୍ତ ବାଙ୍କର ତାଙ୍କ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି।

ଏହି କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ପାପୁଲିରେ ଲେଖିଥିଲେ। ଏହାକୁ ଆଧାର କରି ପୁଲିସ୍‌ ତଦନ୍ତ ଜାରି ରଖିଛି। ଫେରାର ଗୋପାଳଙ୍କୁ ଧରିବାକୁ ଏକାଧିକ ଟିମ ଗଠନ କରାଯାଇଛି। 

Stop Rape Maharashatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe