Advertisment

ମୋବାଇଲ ଫୋନରେ ଗେମ୍ ଖେଳି ମା’ଙ୍କ ଏକାଉଣ୍ଟରୁ ୩୬ ଲକ୍ଷ ସ୍ୱାହା କରିଦେଲା ନାବାଳକ ପୁଅ

ଗୋଟିଏ ବ୍ୟାଙ୍କ ଏକାଉଣ୍ଟରୁ ୨୭ ଲକ୍ଷ ଓ ଅନ୍ୟ ଏକ ବ୍ୟାଙ୍କ ଏକାଉଣ୍ଟରୁ ୯ ଲକ୍ଷ ଖର୍ଚ୍ଚ କରିଦେଲା ନାବାଳକ ପୁଅ।

Mobile Phone

Mobile Phone

Advertisment

ହାଇଦ୍ରାବାଦର ଅମ୍ବରପେଟ ଅଞ୍ଚଳରେ ରହୁଥିବା ଜଣେ ମହିଳା ଏକ ବ୍ୟାଙ୍କକୁ କିଛି ନଗଦ ଟଙ୍କା ପାଇଁ ଯାଇଥିଲେ। ସେଠାରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଏକାଉଣ୍ଟରେ ଟଙ୍କାଟିଏ ବି ନାହିଁ। ପୂରା ୨୭ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଖାଲି ସେତିକି ନୁହେଁ, ଯାଞ୍ଚ ବେଳେ ଜଣାପଡ଼ିଲା ଯେ ତାଙ୍କର ଅନ୍ୟ ଏକ ବ୍ୟାଙ୍କର ଏକାଉଣ୍ଟରୁ ମଧ୍ୟ ୯ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ମୋଟ ୩୬ ଲକ୍ଷ ଟଙ୍କା ଏକାଉଣ୍ଟରୁ ଚାଲିଯାଇଥିବା ବେଳେ ଏହା ତାଙ୍କର ୧୬ ବର୍ଷର ନାବାଳକ ପୁଅର ମୋବାଇଲରେ ଗେମ୍ ଖେଳିବାର ଫଳ ବୋଲି ସେ ଜାଣିବାକୁ ପାଇଥିଲେ। ମହିଳା ଜଣଙ୍କ ଘଟଣା ସଂପର୍କରେ ସାଇବର ପୁଲିସରେ ଅଭିଯୋଗ କରିଛନ୍ତି।

Advertisment

ହାଇଦ୍ରାବାଦ ପୁଲିସର ସାଇବର କ୍ରାଇମ ଶାଖାର ସୂଚନା ଅନୁଯାୟୀ, ଏହି ନାବାଳକ ଜଣଙ୍କ ପ୍ରଥମେ ତାଙ୍କ ଜେଜେ ବାପାଙ୍କ ମୋବାଇଲ ଫୋନରେ ଫ୍ରୀ ଫାୟାର ଗେମିଙ୍ଗ ଆପ୍‌ ଡାଉନ୍‌ଲୋଡ୍ କରିଥିଲେ। ଏହା ଏକ ଫ୍ରୀ ଗେମ୍। କିନ୍ତୁ ଖେଳ ଆଗେଇ ଚାଲିବା ପରେ ନାବାଳକ ଜଣଙ୍କ ସେଥିରେ କିଛି ଟଙ୍କା ଖର୍ଚ୍ଚ କରିଥିଲେ। ସେ ପ୍ରଥମେ ୧୫୦୦ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଟଙ୍କା ସେ ତାଙ୍କ ମା’ଙ୍କ ବ୍ୟାଙ୍କ ଏକାଉଣ୍ଟରୁ ଦେଇଥିଲେ। ପରେ ୧୦ ହଜାର ଟଙ୍କା ଦେଇଥିଲେ। ସମୟ ବିତିବା ସହିତ ନାବାଳକ ଜଣଙ୍କ ଖେଳରେ ମାତି ଯାଇଥିଲେ। ପଇସା ଖର୍ଚ୍ଚ କଲେ ଖେଳର ନୂଆ ନୂଆ ଉନ୍ନତଶୈଳୀ ମିଳୁଥିବାରୁ ସେ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରି ଚାଲିଲେ। ଆଉ ପରିବାର ଲୋକଙ୍କ ଅଜାଣତରେ ସେ ତାଙ୍କ ମା’ଙ୍କ ଏକାଉଣ୍ଟରୁ ୩୬ ଲକ୍ଷ ଟଙ୍କା ସ୍ୱାହା କରିଦେଲେ।

ନାବାଳକଙ୍କ ବାପା ଜଣେ ପୁଲିସ୍ ଅଧିକାରୀ ଥିଲେ। ତାଙ୍କର ପରଲୋକ ହୋଇଯାଇଛି। ନାବାଳକଙ୍କ ମା’ଙ୍କ କହିବା ଅନୁଯାୟୀ, ଉକ୍ତ ୩୬ ଲକ୍ଷ ଟଙ୍କା ମଧ୍ୟରୁ କିଛି ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ଉପାର୍ଜିତ ଧନ ଥିଲା ଓ ଆଉ କିଛି ସ୍ୱାମୀଙ୍କ ମୃତ୍ୟୁ ପରେ ସରକାର ଦେଇଥିବା ସହାୟତା ରାଶି ରହିଥିଲା। ଏତେ ଟଙ୍କା ଏକାଉଣ୍ଟରୁ ଚାଲିଯିବା ପରେ ମହିଳା ଜଣଙ୍କ ମର୍ମାହତ ହୋଇପଡ଼ିଛନ୍ତି।

Advertisment
Mobile Game Mobile Game Cyber Crime Online Game
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe