Advertisment

ସୋନମଙ୍କୁ ହତ୍ୟାକାରୀ କହି ସବୁ ସମ୍ପର୍କଚ୍ଛିନ୍ନ କଲେ ଭାଇ ଗୋବିନ୍ଦ

ଗୋବିନ୍ଦ ଆଜି ରାଜାଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟିଥିଲେ। ସେଠାରୁ ବାହାରିବା ପରେ ସେ ନିଜ ଭଉଣୀଙ୍କୁ ହତ୍ୟା ପାଇଁ ଦାୟୀ କରିଛନ୍ତି। ତାଙ୍କ କହିବା କଥା ଯେ ରାଜ କୁଶୱାଙ୍କ ସହ ସୋନମଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ଜଣା ନଥିଲା।

author-image
Hemant Lenka
Sonam

Sonam

ସ୍ୱାମୀ ରାଜା ରଘୁବଂଶୀଙ୍କୁ ମେଘାଳୟ ହନିମୁନ ଟ୍ରିପ ବେଳେ ପ୍ରେମିକ ଓ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରିବା ମାମଲାରେ ଗିରଫ ହୋଇଥିବା ସୋନମଙ୍କ ଅଡ଼ୁଆ ବଢ଼ିଛି। ସେ ନିଜର ଅପରାଧକୁ ସ୍ୱୀକାର କରି ସାରିଥିବା ବେଳେ ଏବେ ତାଙ୍କ ବଡ଼ ଭାଇ ଗୋବିନ୍ଦ ରଘୁବଂଶୀ ଚରମବାଣୀ ଶୁଣାଇଛନ୍ତି। ସେ ପୂରା ଘଟଣାରେ ନୀରବତା ଭାଙ୍ଗିଛନ୍ତି ଓ ସୋନମ ହିଁ ଅପରାଧ ଘଟାଇଥିବା କହିଛନ୍ତି।

Advertisment

ଗୋବିନ୍ଦ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ମିଳିଥିବା ପ୍ରମାଣକୁ ଦେଖିବା ପରେ ମୁଁ ୧୦୦% ନିଶ୍ଚିତ ଯେ ସୋନମ ହିଁ ହତ୍ୟାକାଣ୍ଡ ଘଟାଇଛି। ହତ୍ୟା ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତ ରାଜ କୁଶୱାର ସାଙ୍ଗ। ଆମେ ସୋନମ ରଘୁବଂଶୀ ସହ ଆମର ସବୁ ସମ୍ପର୍କଚ୍ଛିନ୍ନ କରୁଛୁ। ମୁଁ ରାଜାଙ୍କ ପରିବାରକୁ କ୍ଷମା ମଧ୍ୟ ମାଗୁଛି।”

ଗୋବିନ୍ଦ ଆଜି ରାଜାଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟିଥିଲେ। ସେଠାରୁ ବାହାରିବା ପରେ ସେ ନିଜ ଭଉଣୀଙ୍କୁ ହତ୍ୟା ପାଇଁ ଦାୟୀ କରିଛନ୍ତି। ତାଙ୍କ କହିବା କଥା ଯେ ରାଜ କୁଶୱାଙ୍କ ସହ ସୋନମଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ଜଣା ନଥିଲା। ସୋନମ ଏକଥା କାହାକୁ କହି ନଥିଲେ। ଯଦି ସେମାନେ ଏକଥା ଜାଣିଥାଆନ୍ତେ, ତା’ହେଲେ କେବେ ହେଲେ ବି ଏସବୁ ଘଟିବାକୁ ଦେଇ ନଥାଆନ୍ତେ ବୋଲି ଗୋବିନ୍ଦ କହିଛନ୍ତି।

Advertisment

ରାଜା ଓ ସୋନମଙ୍କ ବାହାଘର ତରବରିଆ ଭାବେ କରାଯାଇଥିବା ଚର୍ଚ୍ଚା ଉପରେ ଗୋବିନ୍ଦ କହିଛନ୍ତି ଯେ “ବାହାଘର ତାରିଖ ଜଣେ ପଣ୍ଡିତ ଦେଇଥିବା ମହୁରତ ଆଧାରାରେ ସ୍ଥିର କରାଯାଇଥିଲା। କୌଣସି ବି ତରବରିଆ ଭାବେ ବାହାଘର ହୋଇ ନଥିଲା।”

ରାଜାଙ୍କ ହତ୍ୟା ଘଟଣାରୁ ନିଜ ପରିବାରକୁ ଦୂରେଇ ରଖି ଗୋବିନ୍ଦ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି, “ଯେଉଁମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବା ଦରକାର। ଏପରି କି ସେମାନଙ୍କୁ ଫାଶୀ ମିଳିବା ଉଚିତ।”

ମେ’ ୧୧ରେ ରାଜାଙ୍କୁ ବାହା ହେବାର ମାତ୍ର କିଛି ଦିନ ପରେ ସୋନମ ତାଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ରାଜଙ୍କ ସହ ମିଶି ଯୋଜନା କରିଥିଲେ। ବାହାଘରର ୯ ଦିନ ପରେ ସୋନମ ଓ ରାଜା ମେଘାଳୟକୁ ହନିମୁନ ଟ୍ରିପରେ ଯାଇଥିଲେ।

ଦିନକ ପରେ ସେମାନେ ମେଘାଳୟର ରାଜଧାନୀ ଶିଲଂରେ ପହଞ୍ଚିଥିଲେ। ମେ’ ୨୧ ତାରିଖରେ ରାଜର ପିଲା ଦିନର ବନ୍ଧୁ ଆକାଶ, ଆନନ୍ଦ ଓ ବିକାଶ ଇନ୍ଦୋରରୁ ରାଜାଙ୍କୁ ହତ୍ୟା କରିବା ପାଇଁ ଗୁହାଟୀ ଆସିଥିଲେ। ସେଠାରୁ ସେମାନେ ଶିଲଂ ଗସ୍ତ କରିଥିଲେ। ହତ୍ୟାକାଣ୍ଡ ମେ’ ୨୩ରେ ହୋଇଥିଲା।

Murder Madhya Pradesh Sonam Raghuvanshi Raja Raghuvanshi