Advertisment

Sonam Wangchuk: ଲଦାଖରେ ନେପାଳ ଭଳି ସ୍ଥିତି ଚାହୁଁଥିଲେ ସୋନମ ୱାଙ୍ଗଚୁକ: ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ କହିଛନ୍ତି ଯେ ୱାଙ୍ଗଚୁକ ଯୁବଗୋଷ୍ଠୀଙ୍କୁ ଲଦାଖରେ ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି କରିବାକୁ ଉସକାଇଥିଲେ।

Sonam-wangchuk

ସୋନମ ୱାଙ୍ଗଚୁକ (ଫାଇଲ ଫଟୋ)

Advertisment

ପରିବେଶବିତ ସୋନମ ୱାଙ୍ଗଚୁକଙ୍କ ଗିରଫ ବା ଅଟକ ଘଟଣାକୁ ସୁପ୍ରିମକୋର୍ଟରେ ଦୃଢ଼ ଭାବେ ସମର୍ଥନ କରିଛନ୍ତି କେନ୍ଦ୍ର ସରକାର। ସେ ଦେଇଥିବା ଭାଷଣ ଉସକାଇବା, ବିଚ୍ଛିନ୍ନତାବାଦୀ ବାର୍ତ୍ତା ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା। ବିଶେଷ କରି ରଣନୀତି ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ପ୍ରତି ଏହା ବିପଦ ସୃଷ୍ଟି କରୁଥିଲା ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛି। 

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ କହିଛନ୍ତି ଯେ ୱାଙ୍ଗଚୁକ ଯୁବଗୋଷ୍ଠୀଙ୍କୁ ଲଦାଖରେ ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି କରିବାକୁ ଉସକାଇଥିଲେ। ଉକ୍ତ ଦେଶଗୁଡ଼ିକରେ ଦେଖାଯାଇଥିବା ହିଂସା ଓ ରାଜନୀତିକ ଅସ୍ଥିରତାର ଉଦାହରଣ ସେ ଦେଇଥିଲେ ବୋଲି ମେହେଟା କହିଛନ୍ତି। 

ୱାଙ୍ଗଚୁକଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ତାଙ୍କ ପତ୍ନୀ ଗୀତାଞ୍ଜଳୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ପ୍ରସନ୍ନା ବରାଲେଙ୍କ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଛନ୍ତି। ଶୁଣାଣି ଆରମ୍ଭ ବେଳେ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି ଯେ ଧାରା ୩୨ ଅନୁସାରେ ନ୍ୟାୟାଳୟ ଅଟକ ଆଦେଶ ଉପରେ ଆବେଦନର ଶୁଣାଣି କରନ୍ତି ନାହିଁ।

Advertisment

ମୁଖ୍ୟ ପ୍ରସଙ୍ଗ ହେଲା ଯେ ଯେଉଁ କାରଣ ଓ ସାମଗ୍ରୀ ଆଧାରରେ ଜଣଙ୍କୁ ହେପାଜତକୁ ନିଆଯାଇଛି, ସେସବୁ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟ କରିବେ। ଏହା ଶୁଣି ସଲିସେଟର ଜେନେରାଲ କହିଥିଲେ ଯେ କୋର୍ଟଙ୍କ ଭୂମିକା ନିଜସ୍ୱ ସନ୍ତୋଷର ଆକଳନ କରିବା ପାଇଁ ନୁହେଁ, କିନ୍ତୁ ୱାଙ୍ଗଚୁକଙ୍କ କାର୍ଯ୍ୟ ସାଧାରଣ ଆଇନ ଶୃଙ୍ଖଳା ଭାଙ୍ଗିବା ପାଇଁ ଯଥେଷ୍ଟ ଥିଲା ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କରିଥିବା ଆକଳନ ଠିକ କି ଭୁଲ, ତା’ର ବିଚାର କରିବା। 

ଅଟକ ନିର୍ଦ୍ଦେଶରେ ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ୱାଙ୍ଗଚୁକଙ୍କ ଭାଷଣ ସମ୍ଭାବ୍ୟ କ୍ଷତିକାରକ କାର୍ଯ୍ୟକ୍ରମ ଓ ସର୍ବସାଧାରଣ ଶାନ୍ତି ଭଙ୍ଗ ପାଇଁ ଯଥେଷ୍ଟ ଥିଲା। ମେହତାଙ୍କ କହିବା କଥା ଯେ ୪ ଘଣ୍ଟା ମଧ୍ୟରେ ଆବଶ୍ୟକ ପ୍ରକ୍ରିୟା ଆଧାରରେ ଅଟକ ନିର୍ଦ୍ଦେଶ ଜାରି କରାଯାଇଥିଲା। ଲଦାଖର ଜଣେ ଡିଆଇଜି ସିଧାସଳଖ ୱାଙ୍ଗଚୁକଙ୍କୁ ଭେଟି ତାଙ୍କ ଭାଷଣର ଭିଡିଓ କ୍ଲିପ ଦେଖାଇଥିଲେ। ୱାଙ୍ଗଚୁକ ଭିଡିଓରେ ସତ୍ୟତା ଥିବା ନିଜେ କହିଥିଲେ। 

କୋର୍ଟରେ ୱାଙ୍ଗଚୁକଙ୍କ ଭାଷଣର କିଛି ଅଂଶକୁ ପଢ଼ି ମେହତା ଯୁକ୍ତି କରିଛନ୍ତି ଯେ ପରିବେଶବିତ ୱାଙ୍ଗଚୁକ ଜାଣଶୁଣି ନିଜର ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ପରେ ଅହିଂସା ଓ ମହାତ୍ମା ଗାନ୍ଧିଙ୍କ କଥା କହିଥିଲେ। ସେ ନିଜର ଉତ୍ତେଜନାମୂଳକ ଭାଷଣକୁ ଘଣ୍ଟ ଘୋଡ଼ାଇବାକୁ ଏପରି ପଦକ୍ଷେପ ନେଇଥିଲେ।

ୱାଙ୍ଗଚୁକ କହିଥିଲେ ଯେ ହଠାତ୍‌ ଯୁବ ବିକ୍ଷୋଭକାରୀଙ୍କ ବଡ଼ ଭିଡ଼ ମାଡ଼ି ଆସିଥିଲା ଓ ଏହା କେଉଁଠୁ ଆସିଲା ସେ ଜାଣି ନାହାନ୍ତି। କିନ୍ତୁ ସେମାନେ ନେପାଳ ଭଳି ଦଙ୍ଗା ପରିସ୍ଥିତିର ଆଶା କରିଥିଲେ। ସେମାନେ ନେପାଳ ଘଟଣାରୁ ଅନୁପ୍ରାଣିତ ହୋଇଥିଲେ ବୋଲି ମେହତା କହିଛନ୍ତି। 

ସୁପ୍ରିମକୋର୍ଟ(Supreme Court)ଙ୍କୁ ମେହତା ଆହୁରି କହିଛନ୍ତି ଯେ ନେପାଳରେ ଯାହା ଘଟିଥିଲା ସେଥିରେ ବିଶ୍ୱାସ ରଖିବା କଥା କହି ୱାଙ୍ଗଚୁକ ଯୁବଗୋଷ୍ଠୀଙ୍କୁ ବିଭ୍ରାନ୍ତ କରୁଥିଲେ। ଲଦାଖକୁ ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପରିବେଶବିତ୍‌ ସୋନମ ୱାଙ୍ଗଚୁକଙ୍କୁ ସେପ୍ଟେମ୍ବର ୨୬ରେ ପୁଲିସ ଗିରଫ କରିଥିଲା।

ରାଜ୍ୟ ମାନ୍ୟତା ଦାବିରେ ସାମିଲ ହୋଇଥିବା ବିକ୍ଷୋଭକାରୀଙ୍କୁ ୱାଙ୍ଗଚୁକ(Sonam Wangchuk) ନିଜ ଭାଷଣ ଜରିଆରେ ଉସକାଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ଯୋଗୁ ବିକ୍ଷୋଭକାରୀମାନେ ଉଗ୍ର ରୂପ ଧାରଣ କରି ବ୍ୟାପକ ପୋଡ଼ାଜଳା ଓ ହିଂସକାଣ୍ଡ ଘଟାଇଥିଲେ। ଏଥିଯୋଗୁ ଅନେକ ପୁଲିସ୍‌ ଓ ସିଆରପିଏଫ ଯବାନ ଆହତ ହୋଇଥିଲେ।

ସେହିପରି ପୁଲିସ୍‌ର ପାଲଟା କାର୍ଯ୍ୟାନୁଷ୍ଠାନରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୂରା ଲଦାଖରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏହି ହିଂସାକାଣ୍ଡକୁ ଉସକାଇବା ଅଭିଯୋଗରେ ୱାଙ୍ଗଚୁକ ଗିରଫ ହୋଇଛନ୍ତି। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଛି। 

Supreme Court Sonam Wangchuk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe