Advertisment

ହସପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧି

ପୂର୍ବରୁ ମଧ୍ୟ ସୋନିଆ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗଙ୍ଗାରାମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Tapas Behera
ଅଦ୍ୟତନ ହୋଇଛି
Sonia Gandhi

Sonia Gandhi

ପୁଣି ଅସୁସ୍ଥ ହେଲେ ସୋନିଆ ଗାନ୍ଧି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜ୍ୱର ପାଇଁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।  ଗୁରୁବାର ସୋନିଆ ଗାନ୍ଧିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Advertisment

ହୃଦରୋଗ ଚିକିତ୍ସା ବିଭାଗର ପରାମର୍ଶଦାତା ଡ.ଅରୁପ ବସୁଙ୍କ ନେତୃତ୍ୱରେ  ଏକ ଟିମ ତାଙ୍କର ଚିକିତ୍ସା କରୁଛି। ପୂର୍ବରୁ ମଧ୍ୟ ଶାରୀରିକ ଅସୁସ୍ଥତା ପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସୋନିଆ ଗାନ୍ଧିଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ଅନେକ ଦିନ ହେବ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହୁନାହିଁ। ଏହା ପୂର୍ବରୁ ମଧ୍ୟ ସୋନିଆ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗଙ୍ଗାରାମ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

୨୦୧୬ରେ ଉତ୍ତରପ୍ରଦେଶରେ କଂଗ୍ରେସର ଏକ ରୋଡ ସୋ’ରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡ଼ି ଯାଇଥିଲା। ଯେଉଁଥିପାଇଁ ରୋଡ ସୋ’କୁ ଅଧାରୁ ଅଟକାଇବାକୁ ପଡ଼ିଥିଲା।

Advertisment
Sonia Gandhi