Sonia Gandhi
ରାଜ୍ୟସଭା ଯିବେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି। ଏଥିପାଇଁ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ରାଜସ୍ଥାନ ଜୟପୁରରୁ ସେ ନିଜ ନାମାଙ୍କନ ପତ୍ର ଭରିଛନ୍ତି। ତାଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ। ସୋନିଆ ବର୍ତ୍ତମାନ ଉତ୍ତରପ୍ରଦେଶ ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି।
ସୋନିଆ ଗାନ୍ଧି ନାମାଙ୍କନ ଦାଖଲ କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, 'ରାଜସ୍ଥାନ ସହ ସୋନିଆଙ୍କ ଗାନ୍ଧିଙ୍କ ପୁରୁଣା ସମ୍ପର୍କ ରହିଛି। ଯେତେବେଳେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସୋନିଆ ଜୀ ତାଙ୍କ ସହ ମିଶି ଆଦିବାସୀ ବହୁଳ ଜିଲ୍ଲା ଗସ୍ତରେ ଆସିଥିଲେ। ଦୁର୍ଭିକ୍ଷ ସମୟରେ ପ୍ରଧାନମନ୍ତ୍ରୀ ରୂପେ ରାଜୀବ ୩ଦିନ ନିଜେ ଗାଡି ଚଳାଇ ୯ଟି ପ୍ରଭାବିତ ଜିଲ୍ଲା ଗସ୍ତ କରିଥିଲେ। ସେତେବେଳେ ସୋନିଆ ଗାନ୍ଧି ମଧ୍ୟ ତାଙ୍କ ସହ ଥିଲେ।'
ଗେହଲୋଟ୍ ଆହୁରି କହିଛନ୍ତି, 'ମୋର ପ୍ରଥମ କାର୍ଯ୍ୟକାଳରେ, ଯେତେବେଳେ ମୋତେ ଚାରିଥର ଭୟଙ୍କର ଦୁର୍ଭିକ୍ଷ ଏବଂ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ିଲା, ସେତେବେଳେ ସୋନିଆଜୀ ଅନେକ ଜିଲ୍ଲା ପରିଦର୍ଶନ କରି ଦୁର୍ଭିକ୍ଷ ରିଲିଫ୍ କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ, ଏହକୁ ରାଜସ୍ଥାନର ଲୋକମାନେ ଏପର୍ଯ୍ୟନ୍ତ ଭୁଲି ନାହାଁନ୍ତି।
ୟୁପିଏ ସରକାର ସମୟରେ ସୋନିଆ ଏନଏସି ଅଧ୍ୟକ୍ଷ ଭାବେ ରାଜସ୍ଥାନରେ ରିଫାଇନାରୀ, ମେଟ୍ରୋ ଭଳି ବଡ଼ ପ୍ରକଳ୍ପ ଆଣିବା ଏବଂ କେନ୍ଦ୍ରରୁ ସହଯୋଗ ପାଇବା ପାଇଁ ରାଜସ୍ଥାନର ସ୍ୱାର୍ଥ ରକ୍ଷା ପାଇଁ ସର୍ବଦା ଜୋରଦାର ପ୍ରଚାର କରୁଥିଲେ। ଆଜି ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ତାଙ୍କର ନାଁ ଘୋଷଣା ହେବା ସମଗ୍ର ରାଜ୍ୟ ପାଇଁ ଖୁସିର ବିଷୟ। ଏହି ଘୋଷଣା ସମସ୍ତ ପୁରୁଣା ସ୍ମୃତିକୁ ସତେଜ କରିଛି ବୋଲି ଅଶୋକ ଗେହଲଟ କହିଛନ୍ତି।
କଂଗ୍ରେସ ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ୪ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ ଗାନ୍ଧି, ବିହାରରୁ ଅଖିଳେଶ ପ୍ରତାପ ସିଂହ, ହିମାଚଳରୁ ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1707895086.jpg)