Advertisment

ହସ୍ପିଟାଲରେ ଚାଲିଛି ସୋନିଆ ଗାନ୍ଧିଙ୍କ ଚିକିତ୍ସା

ରବିବାର ସନ୍ଧ୍ୟାରେ ୭୮ ବର୍ଷୀୟ ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Hemant Lenka
Sonia

Sonia

କଂଗ୍ରେସର ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧିଙ୍କ ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି। ରବିବାର ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ସେ ସାର ଗଙ୍ଗାରାମ ହସ୍ପିଟାଲରେ ରହିଛନ୍ତି। ସେଠାରେ ତାଙ୍କ ମେଟ ଜନିତ ସମସ୍ୟାର ଚିକିତ୍ସା ଚାଲିଥିବା ହସ୍ପିଟାଲ ପକ୍ଷରୁ ସୋମବାର ଜାରି ହୋଇଥିବା ବୁଲେଟିନରେ କୁହାଯାଇଛି।

Advertisment

ରବିବାର ସନ୍ଧ୍ୟାରେ ୭୮ ବର୍ଷୀୟ ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସାର୍‌ ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପ କହିଛନ୍ତି, “ରବିବାର ରାତି ପ୍ରାୟ ୯ଟା ବେଳେ ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପେଟ ଜନିତ ସମସ୍ୟା ପାଇଁ ସେ ଡିପାର୍ଟମେଣ୍ଟ ଅଫ ସର୍ଜିକାଲ ଗ୍ୟାଷ୍ଟ୍ରୋଲୋଜି ଅଧୀନରେ ଆଡମିଟ ହୋଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଗୋଟିଏ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।”

ଜୁନ ୯ରେ ସମାନ ହସ୍ପିଟାଲକୁ ସୋନିଆ ନିଜର ଚେକ ଅପ ପାଇଁ ଯାଇଥିଲେ। ଏହାର ୨ ଦିନ ପୂର୍ବରୁ ତାଙ୍କ ରକ୍ତଚାପ ଅନିୟନ୍ତ୍ରିତ ଅବସ୍ଥାରେ ରହିଥିବାରୁ ତାଙ୍କୁ ଶିମଲା ସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଆଇଜିଏମସିର ଡାକ୍ତରମାନେ ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିଥିଲେ ଓ ତାଙ୍କ ଅବସ୍ଥା ସ୍ଥିର ଥିବା ରିପୋର୍ଟ ଦେଇଥିଲେ।

Advertisment

ହସ୍ପିଟାଲର ଡେପୁଟି ମେଡିକାଲ ସୁପରିନ ଟେଣ୍ଡେଣ୍ଟ ଡାକ୍ତର ଅମନ ଚୌହାନ କହିଥିଲେ ଯେ “ସୋନିଆଙ୍କ ରକ୍ତଚାପ ସାମାନ୍ୟ ବଢ଼ି ଯାଇଥିଲା। କିନ୍ତୁ ଏହା ଗୁରୁତର ନୁହେଁ। କୌଣସି ଅତିରିକ୍ତ ଟେଷ୍ଟ ହୋଇନାହିଁ। କେବଳ ରୁଟିନ ପରୀକ୍ଷା ହୋଇଥିଲା। ତାଙ୍କୁ କୌଣସି ପ୍ରକାରର ମେଡିକାଲ ପରାମର୍ଶ ମଧ୍ୟ ଦିଆଯାଇ ନାହିଁ। ସବୁ କିଛି ବର୍ତ୍ତମାନ ସୁଦ୍ଧା ଠିକ ରହିଛି।”

Congress Sonia Gandhi