Advertisment

ବିଜେପିର ବଡ଼ ଅଭିଯୋଗ, ସୋରୋସ୍‌ଙ୍କ ସହ ରହିଛି ସୋନିଆଙ୍କ ସମ୍ପର୍କ

ସୋରୋସ୍‌ଙ୍କ ପାଣ୍ଠିରେ ଚାଲିଥିବା ଏନ୍‌ଜିଓ ଏଫ୍‌ଡିଏଲ୍‌-ଏପି ଫାଉଣ୍ଡେସନର ସହ-ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧି।

ଅଦ୍ୟତନ ହୋଇଛି
Sonia Gandhi

Sonia Gandhi

Advertisment

ଭାରତ ବିରୋଧରେ ବିଭ୍ରାନ୍ତିକର ପ୍ରଚାର ପ୍ରସାରଣ କରୁଥିବା ଅନ୍ୟତମ ବିଲିଓନେୟର୍‌ ଜର୍ଜ ସୋରୋସ୍‌ଙ୍କ ସହ ରହିଛି କଂଗ୍ରେସର ସମ୍ପର୍କ। ସୋରୋସ୍‌ଙ୍କ ପାଣ୍ଠିରେ ଚାଲିଥିବା ଏନ୍‌ଜିଓ ଏଫ୍‌ଡିଏଲ୍‌-ଏପି ଫାଉଣ୍ଡେସନର ସହ-ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧି। ଏହି ସଂସ୍ଥା ଭାରତ ବିରୋଧୀ ଆଭିମୁଖ୍ୟ ଦ୍ୱାରା ପରିଚାଳିତ। ଏଭଳି କିଛି ବଡ଼ ଅଭିଯୋଗ ଆଣିଛି ବିଜେପି। ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି।

Advertisment

ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସକୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିରଣ ରିଜିଜୁ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ମୁଁ ରାଜନୀତିରୁ ଦୂରେଇ ରଖି ଉଠାଇବାକୁ ଚାହୁଁଛି। ସେ କହିଛନ୍ତି ଯେ ସୋନିଆ ଗାନ୍ଧି ଏବଂ ଜର୍ଜ ସୋରୋସଙ୍କ ମଧ୍ୟରେ ଥିବା ସମ୍ପର୍କର ଯେଉଁ କଥା ସାମ୍ନାକୁ ଆସିଛି ତାହା ବେଶ୍‌ ଗୁରୁତର।

ଗୋଟିଏ ପଟେ ସୋରୋସ୍‌ଙ୍କ ସହାୟତାରେ ଚାଲିଥିବା ସଂଗଠନରେ ସୋନିଆ କାର୍ଯ୍ୟକର୍ତ୍ତା ଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ପୁଅ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋରୋସ୍‌ଙ୍କ ଭାରତ ବିରୋଧୀ ଚିନ୍ତାଧାରା ସହ ତାଳ ମିଶାଇ କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଏହା ଏକ ଏଭଳି ସଂଗଠନ ଯାହା ସ୍ୱତନ୍ତ୍ର କାଶ୍ମୀରକୁ ସମର୍ଥନ କରେ। କେବଳ ଏତିକି ନୁହେଁ, ଏହି ସଙ୍ଗଠନକୁ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ଫାଉଣ୍ଡେସନରୁ ଟଙ୍କା ମିଳେ ବୋଲି ବିଜେପି ଅଭିଯୋଗ ଆଣିଛି।

ବିଜେପି ରବିବାର ସୋନିଆ ଗାନ୍ଧି ଏବଂ କଂଗ୍ରେସ ଦଳ ଉପରେ ସୋଶାଲ ମିଡିଆ ସାଇଟ୍ X ରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ପ୍ରଶ୍ନ ଉଠାଇଥିଲା। ବିଜେପି ଅଭିଯୋଗ କରିଛି ଯେ ସୋନିଆ ଗାନ୍ଧି, ଏଫଡିଏଲ୍-ଏପି ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ଭାବରେ ଜର୍ଜ ସୋରୋସ୍ ଫାଉଣ୍ଡେସନ୍ ଦ୍ୱାରା ଅନୁଦାନ ପ୍ରାପ୍ତ ଏକ ସଂଗଠନ ସହ ଜଡିତ। ବିଜେପି କହିଛି ଯେ ଏହି ସଂଯୋଗ ଭାରତର ବିକାଶକୁ ରୋକିବା ପାଇଁ ଜର୍ଜ ସୋରୋସ ଏବଂ କଂଗ୍ରେସ ଦଳର ଚିନ୍ତାଧାରାକୁ ଦର୍ଶାଉଛି।

ଜର୍ଜ ସୋରୋସ୍‌ ଫାଉଣ୍ଡେସନର ସହଯୋଗୀ ସଂଗଠନ ଡେମୋକ୍ରାଟିକ୍‌ ଲିଡର୍ସ ଇନ୍‌ ଏସିଆ ପାସିଫିକ୍‌ (ଏଫ୍‌ଡିଏଲ-ଏପି)ର ସହ-ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀଙ୍କ ଦାୟିତ୍ୱ ସଂପର୍କରେ କେତେକ ପ୍ରମାଣ ମଧ୍ୟ ଏହି ପୋଷ୍ଟରେ ବିଜେପି ଉଲ୍ଲେଖ କରିଛି।

ଏହି ପ୍ରସଙ୍ଗରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ୧୦ଟି ପ୍ରଶ୍ନ ପଚାରିବେ ବୋଲି କହିଛନ୍ତି। ମିଡିଆ ପୋର୍ଟାଲ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆଣ୍ଡ କରପ୍‌ଶନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍‌ପି) ଏବଂ ହଙ୍ଗେରୀୟ-ଆମେରିକୀୟ ବ୍ୟବସାୟୀ ବିରୋଧୀ ଦଳ ସହ ସଲାସୁତରାରେ ଭାରତର ଅର୍ଥନୀତିକୁ ଧ୍ୱଂସ କରିବା ସହ ମୋଦି ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ଦୁବେ କହିଛନ୍ତି। 

ରାଜୀବ ଗାନ୍ଧି ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଭାବେ ମଧ୍ୟ ସୋନିଆ ସରୋସ୍‌ ଫାଉଣ୍ଡେସନ୍‌ ସହ ତାଳମେଳ ରଖି ଆର୍ଥିକ ସହାୟତା ପାଉଛନ୍ତି। ଏଫ୍‌ଡିଏଲ୍‌-ଏପି ସଂଗଠନ କଶ୍ମୀରକୁ ଏକ ଭିନ୍ନ ରାଷ୍ଟ୍ର ବୋଲି କହିଆସୁଛି। ଏଭଳି ଏକ ସଂଗଠନ ସହ ସୋନିଆଙ୍କ ନିବିଡ଼ ସମ୍ପର୍କ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବିଦେଶୀ ଶକ୍ତିର ହସ୍ତକ୍ଷେପ ବୋଲି ବିଜେପି କହିଛି। 

Bjp Sonia Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe