Advertisment

କର୍ଣ୍ଣାଟକା ବିବାଦରେ ଶାନ୍ତି ବାହକ ସାଜିଲେ ସୋନିଆ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, କେସି ଭେନୁଗୋପାଲ ଓ ରଣଦୀପ ସୂର୍ଯ୍ୟେୱାଲାଙ୍କ ଭଳି ହେଭିୱେଟ ବିବାଦ ସାମାଧାନ କରିବାକୁ ଚେଷ୍ଟା କରିଥିଲେ। ସେମାନେ ଦୁଇ ନେତାଙ୍କ ସହ ବୈଠକ କରି ସମାଧାନର ଫର୍ମୁଲା ବାହାର କରିବାକୁ ଚାହିଁଥିଲେ। ହେଲେ ଶିବକୁମାର ଓ ସିଦ୍ଦରମୈୟା ସେମାନଙ୍କ କଥାରେ ରାଜି ହୋଇ ନଥିଲେ।

Sonia Gandi

Sonia Gandi

Advertisment

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣାଓଟରାରେ ଶାନ୍ତି ବାହକ ସାଜିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି। ତାଙ୍କ ହସ୍ତକ୍ଷେପ ଯୋଗୁ ସପ୍ତାହେ ଧରି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସିଦ୍ଦରମୈୟା ଓ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଜିଦ ଧରି ବସିଥିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ଉଭୟଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ।

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, କେସି ଭେନୁଗୋପାଲ ଓ ରଣଦୀପ ସୂର୍ଯ୍ୟେୱାଲାଙ୍କ ଭଳି ହେଭିୱେଟ ବିବାଦ ସାମାଧାନ କରିବାକୁ ଚେଷ୍ଟା କରିଥିଲେ। ସେମାନେ ଦୁଇ ନେତାଙ୍କ ସହ ବୈଠକ କରି ସମାଧାନର ଫର୍ମୁଲା ବାହାର କରିବାକୁ ଚାହିଁଥିଲେ। ହେଲେ ଶିବକୁମାର ଓ ସିଦ୍ଦରମୈୟା ସେମାନଙ୍କ କଥାରେ ରାଜି ହୋଇ ନଥିଲେ। ଶେଷରେ ବିବାଦରେ ହସ୍ତକ୍ଷେପ କରିଥିଲେ ସୋନିଆ ଗାନ୍ଧି।

ସୋନିଆ ଗାନ୍ଧି ସିଧାସଳଖ ବୁଧବାର ସନ୍ଧ୍ୟାରେ ଡିକେ ଶିବକୁମାରଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସୋନିଆ ତାଙ୍କ ଠାରୁ ସବୁ କିଛି ତଥ୍ୟ ସଂଗ୍ରହ କରିଥିଲା। ଶେଷରେ ଦଳର ସ୍ୱାର୍ଥ କଥା କହି ତାଙ୍କୁ ବୁଝାଇଥିଲେ। ସୋନିଆଙ୍କ ପ୍ରତିଶ୍ରୁତି ଓ ବୁଝାସୁଝା ପରେ ମୁଖ୍ୟମନ୍ତ୍ରୀ ହେବା ଜିଦରୁ ଓହରି ଥିଲେ ଶିବକୁମାର। ଏହାପରେ ସେ ସିଦ୍ଦରମୈୟାଙ୍କ ଡେପୁଟି ଭାବେ କାମ କରିବାକୁ ରାଜି ହୋଇଛନ୍ତି।

Advertisment

ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶିବକୁମାର ସବୁବେଳେ ସୋନିଆଙ୍କୁ ତାଙ୍କ ପରିବାରର ସଦସ୍ୟ ଭାବେ ବିବେଚନା କରିଆସିଛନ୍ତି। ସୋନିଆଙ୍କୁ ସେ ମା’ଙ୍କ ଭଳି ସମ୍ମାନ କରନ୍ତି। ଏକଦା ଦୁର୍ନୀତି ମାମଲାରେ ଶିବକୁମାର ଗିରଫ ହୋଇ ତିହାର ଜେଲରେ କିଛି ଦିନ ବିତାଇଥିଲେ। ଏହି ସମୟରେ ସୋନିଆ ତାଙ୍କୁ ଭେଟିବାକୁ ଯାଇଥିଲେ।

କର୍ଣ୍ଣାଟକା ରେଜଲ୍ଟ ବାହାରିବା ଦିନ ଅର୍ଥାତ ମେ’ ୧୩ରେ ଶିବକୁମାର ବିଜୟ ଉତ୍ସବ ପାଳିବା ପରେ ସୋନିଆଙ୍କ କଥା କହି କାନ୍ଦି ପକାଇଥିଲେ। ସେ ସୋନିଆଙ୍କ ସବୁ କଥାକୁ ସମ୍ମାନ ଓ ମାନି ଥାଆନ୍ତି। ଏବେ ସୋନିଆ ତାଙ୍କୁ ପାୱାର ଶେୟାରିଂ ଫର୍ମୁଲାରେ ଦଳର ସ୍ୱାର୍ଥ ପାଇଁ ରାଜି ହେବାକୁ କହିବାରୁ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

Congress Karnataka Sonia Gandhi Siddaramaiah DK Shivakumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe