Advertisment

ପୁତୁରାଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କ ସହ କଥା ହେଲେ ସୋନିଆ ଗାନ୍ଧି

ଅଜିତ ପାୱାର ଓ ଅନ୍ୟ ୮ ଏନସିପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ମଧ୍ୟ ଶରଦ ପାୱାର ଦେଇଛନ୍ତି।

NCP

NCP

Advertisment

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଦଳ ଦି’ଫାଳ ହୋଇଯାଇଛି। ୨୪ ବର୍ଷ ତଳେ ଶରଦ ପାୱାର ଏନସିପିର ପ୍ରତିଷ୍ଠା କରିଥିଲେ। ହେଲେ ଏବେ ତାଙ୍କ ପୁତୁରା ଅଜିତ ପାୱାର ବିଜେପି ଓ ଶିବସେନା(ଏକନାଥ ସିନ୍ଦେ) ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରକୁ ସମର୍ଥନ କରିଛନ୍ତି। ପୁତୁରାଙ୍କ ଏପରି ଆଭିମୁଖ୍ୟରେ ଶରଦ ପାୱାର ସଂପୂର୍ଣ୍ଣ ଭାବେ ନିରାଶ ହୋଇଛନ୍ତି।

Advertisment

ସେ ଏନସିପିକୁ ପୁଣି ସଜାଡ଼ିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସର ସଂସଦୀୟ ପାର୍ଟି(ସିପିପି)ର ଅଧ୍ୟକ୍ଷ ସୋନିଆ ଗାନ୍ଧି ଫୋନ ଯୋଗେ ତାଙ୍କ ସହ କଥା ହୋଇଛନ୍ତି। ସୋନିଆ ଓ ଶରଦ ପାୱାର ବେଶ କିଛି ସମୟ ଧରି ରାଜ୍ୟ ରାଜନୀତିର ସ୍ଥିତାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସୋନିଆ ମଧ୍ୟ ଏନସିପିରେ ଦେଖାଯାଇଥିବା ସଙ୍କଟ ସମୟରେ ଶରଦ ପାୱାରଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି।

କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଛନ୍ତି, “ସିପିପି ଅଧ୍ୟକ୍ଷ ସୋନିଆ ଗାନ୍ଧି ଫୋନ ଯୋଗେ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି। ସେ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଶରଦ ପାୱାରଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ମଧ୍ୟ ଶରଦ ପାୱାରଙ୍କ ସହ କଥା ହୋଇଥିଲେ।”

Advertisment

ରବିବାର ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି। ସେ ସରକାରଙ୍କୁ ସମର୍ଥନ ଘୋଷଣା କରିବା ମାତ୍ରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳି ଯାଇଛି। ଶରଦ ପାୱାରଙ୍କ ଏନସିପି ଏବେ ବି କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ସହ ରହିଥିବା ବେଳେ କିଛି ବିଧାୟକଙ୍କୁ ନେଇ ଅଜିତ ପାୱାରଙ୍କ ବିଦ୍ରୋହ ସମସ୍ତଙ୍କୁ ଚକିତ କରିଛି।

ଅଜିତ ପାୱାରଙ୍କ ଏପରି ପଦକ୍ଷେପ ପରେ ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ, “ଏହା ଆଦୌ ଗୁଗଲୀ ନୁହେଁ। ଏହା ଚୋରି। ଏହା ଆଦୌ ଛୋଟ କଥା ନୁହେଁ। ଦଳ ଛାଡ଼ିଥିବା ଲୋକଙ୍କ ଭବିଷ୍ୟତ ନେଇ ଚିନ୍ତା ଲାଗୁଛି।”

ଅଜିତ ପାୱାର ଓ ଅନ୍ୟ ୮ ଏନସିପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ମଧ୍ୟ ଶରଦ ପାୱାର ଦେଇଛନ୍ତି। ଏଥିସହ ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେ ମଧ୍ୟ ନିଜ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରି ନଥିବା ଶରଦ ପାୱାର କହିଥିଲେ।

Congress Sonia Gandhi Sharad Pawar Maharashtra Politics NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe