Advertisment

ପୁଣି ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ

ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ଘରେ ବେଆଇନ୍‌ ଭାବେ ଏହି ବାଣ କାରଖାନା ଚାଲିଥିଲା।

Fire Cracker Blast

Fire Cracker Blast

Advertisment

ପୁଣି ବାଣ ଫ୍ୟାକ୍ଟ୍ରିରେ ହେଲା ବିସ୍ଫୋରଣ। ଚାଲିଗଲା ୩ ଜଣଙ୍କ ପ୍ରାଣ। ହରିଆଣାର ସୋନିପତରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୋନିପତିର ରିଢ଼ାଉ ଗାଁ। ଏଠାରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ନିଆଁ ଲାଗିବା ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ୬ ଜଣ ଗୁରୁତର ହୋଇଛନ୍ତି। ସେମାମନଙ୍କୁ ଉଦ୍ଧାର କରି ପିଜିଆଇ ରୋହତକ ମେଡିକାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ କାରଖାନାରେ ୧୦ରୁ ୧୨ ଲୋକ କାମ କରୁଥିଲେ। ଶନିବାର ସକାଳ ପ୍ରାୟ ୯ଟା ୩୦ରେ କାରଖାନାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁଁ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Advertisment

ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ଘରେ ବେଆଇନ୍‌ ଭାବେ ଏହି ବାଣ କାରଖାନା ଚାଲିଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମସ୍ତ ମୃତକ କା ରଖାନାରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣାରେ ପୋଡି ଯାଇଥିବା ପାଞ୍ଚରୁ ଛଅ ଜଣଙ୍କୁ ରୋହତକକୁ ପଠାଯାଇଛି। ସେଠାରେ ଚିକିତ୍ସା ଚାଲିଛି।

ଘର ଭିତରେ ବାଣ କାରଖାନା ଚାଳିଥିବା ନେଇ ଆଖପାଖର ଲୋକେ ଜାଣିନଥିଲେ। ଦୁର୍ଘଟଣା ପରେ ଏହି କଥା ସାମ୍ନାକୁ ଆସିଛି। ଏ ସମ୍ପର୍କରେ ପୁଲିସ କହିଛି ଯେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ।

Haryana News Fire Cracker Explosion Fire Crackers Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe