ଜାତୀୟ ସଂଗୀତ
ଦେଶର ଜାତୀୟ ସଂଗୀତ ‘ଜନ ଗଣ ମନ’ ଭଳି ଖୁବଶୀଘ୍ର ବନ୍ଦେ ମାତରମ ଶୁଣିବା ମାତ୍ରେ ଛିଡ଼ା ହେବାକୁ ପଡ଼ିବ। କାରଣ ସରକାର ଜାତୀୟ ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଏପରି ଏକ ପ୍ରୋଟକଲ ପ୍ରସ୍ତୁତ କରିବାକୁ ଯାଉଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜୀତୟ ସଂଗୀତ କ୍ଷେତ୍ରରେ ଲାଗୁ ହେଉଥିବା ନିୟମ ଓ ପ୍ରୋଟକଲ ମଧ୍ୟ ବନ୍ଦେ ମାତରମ କ୍ଷେତ୍ରରେ ଲାଗୁ କରିବା ଉପରେ ଆଲୋଚନା କରୁଛି। କିନ୍ତୁ ଏ ସମ୍ପର୍କରେ ଏଯାଏ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ।
ବନ୍ଦେ ମାତରମ ଗୋଟିଏ ସଂସ୍କୃତ ଶବ୍ଦ। ଏହାର ଅର୍ଥ ‘ମା’ ମୁଁ ତତେ ପ୍ରଣାମ କରୁଛି।” ଏହି ନାରା ରାଷ୍ଟ୍ରବାଦ, ଦେଶଭକ୍ତି, ଆଧ୍ୟାତ୍ମିକତା ଓ ପରିଚୟକୁ ପରସ୍ପର ସହ ଯୋଡ଼ିଥାଏ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଉପନ୍ୟାସ ଆନନ୍ଦ ମଠରେ ଗୋଟିଏ ଭଜନ ରୂପରେ ଏହାକୁ ଲେଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନାରା ବ୍ରିଟିଶ ଶାସନରୁ ଭାରତକୁ ମୁକ୍ତ କରିବାକୁ ଉଦ୍ୟମ କରୁଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣାଦାୟୀ ସାଜିଥିଲା।
୧୯୫୦ରେ ବନ୍ଦେ ମାତରମକୁ ଜାତୀୟ ଗୀତର ମାନ୍ୟତା ମିଳିଥିଲା। ଜାତୀୟ ସମ୍ମାନ ଆଇନ ୧୯୭୧ କେବଳ ଜାତୀୟ ସଂଗୀତ କ୍ଷେତ୍ରରେ ଲାଗୁ ହେଉଛି। ଜାତୀୟ ସଂଗୀତକୁ ଅପମାନିତରୁ ସୁରକ୍ଷା ଦେବା ପାଇଁ ଏହି ଆଇନ ପ୍ରଣୟନ ହୋଇଛି। ସମ୍ବିଧାନର ଧାରା ୫୧(ଏ)ରେ ମଧ୍ୟ ଜାତୀୟ ସଂଗୀତକୁ ସମ୍ମାନ ଦେବାକୁ ଲୋକଙ୍କ ପାଇଁ ପ୍ରାବଧାନ ରହିଛି। କିନ୍ତୁ ବନ୍ଦେ ମାତରମ ସମୟରେ ଲୋକଙ୍କୁ ଛିଡ଼ା ହେବାକୁ କିମ୍ବା ଏହାକୁ ସାମୂହିକ ଭାବେ ଗାନ କରିବା ବାଧ୍ୟତାମୂଳକ କରାଯାଇ ନାହିଁ।
ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ବନ୍ଦେ ମାତରମ କ୍ଷେତ୍ରରେ ଜାତୀୟ ସଂଗୀତ ପାଇଁ ଲାଗୁ ହେଉଥିବା ପ୍ରୋଟକଲ ଲାଗୁ କରିବାକୁ ଏକାଧିକ ଆବେଦନ ହୋଇଛି। କିନ୍ତୁ ସରକାର କହି ଆସିଛନ୍ତି ଯେ ପ୍ରଣୟନ ହୋଇଥିବା ସବୁ ନିୟମ କେବଳ ଜନ ଗଣ ମନ ପାଇଁ ଲାଗୁ ହେବ। ବନ୍ଦେ ମାତରମ ପାଇଁ ନୁହେଁ।
ଜାତୀୟ ସଂଗୀତ(National Anthem)ର ସମୟ କେତେ ରହିବ? ଗାନ କରିବା ବେଳେ କ’ଣ କରାଯିବ? ଜାତୀୟ ସଂଗୀତ ବେଳେ ଛିଡ଼ା ହେବା ବାଧ୍ୟତାମୂଳକ ଆଦି ନିୟମ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶନାମା ଜାରି କରିଛି।
ଜାତୀୟ ସଂଗୀତ ବେଳେ ବିଭ୍ରାଟ ସୃଷ୍ଟି କଲେ କିମ୍ବା ଅନ୍ୟକୁ ଜାତୀୟ ସଂଗୀତକୁ ସମ୍ମାନ ଦେବାରେ ବାଧ୍ୟ ସୃଷ୍ଟ କଲେ ଅଭିଯୁକ୍ତକୁ ୩ ବର୍ଷ ଯାଏ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ଏବେ ସମାନ ପ୍ରାବଧାନ ବନ୍ଦେ ମାତରମ କ୍ଷେତ୍ରରେ ଲାଗୁ କରାଯିବ କି ନାହିଁ, ତା’ ଉପରେ ଆଲୋଚନା ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/26/vande-maataram-2026-01-26-16-52-32.jpg)