Advertisment

ଝାଡ଼ଖଣ୍ଡ ନିଯୁକ୍ତି ଦୌଡ଼ରେ ୧୨ ମୃତ, କୋଭିଡ୍ ଟିକାକୁ ଦାୟୀ କଲେ ସୋରେନ

କନଷ୍ଟେବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବା ଫିଜିକାଲ ଟେଷ୍ଟ ବେଳେ ୧୨ ଜଣ ଯୁବ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Hemant Soren

Hemant Soren

ଝାଡ଼ଖଣ୍ଡ ରାଜ୍ୟ ଷ୍ଟାଫ୍ ସିଲେକ୍ସନ କମିଶନ (ଜେଏସଏସସି) ଦ୍ୱାରା କନଷ୍ଟେବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବା ଫିଜିକାଲ ଟେଷ୍ଟ ବେଳେ ୧୨ ଜଣ ଯୁବ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦୁଃଖଦ ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। କୋଭିଡ୍-୧୯ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ଘଟିଛି ବୋଲି ସେ ଦାବି କରିଛନ୍ତି।

Advertisment

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସୋରେନ ଅଭିଯୋଗ କରିଛନ୍ତି ଯେ କୋଭିଡ୍-୧୯ ମହାମାରୀ ସମୟରେ ଦିଆଯାଇଥିବା ଟିକା ଅପ୍ରତ୍ୟାଶିତ ମୃତ୍ୟୁର କାରଣ ପାଲଟିଛି। ସୋରେନ୍ କହିଛନ୍ତି, କରୋନା ମହାମାରୀ ସମୟରେ ଦିଆଯାଇଥିବା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ଘଟୁଛି। ନିଯୁକ୍ତି ଦୌଡ଼ରେ କିଛି ଯୁବକଙ୍କ ମୃତ୍ୟୁ ଘଟିଛି, କିନ୍ତୁ ଏହି ମୃତ୍ୟୁ ଦୌଡ଼ିବା କାରଣରୁ ହେଉନାହିଁ। ଲୋକମାନେ ବୁଲୁଥିବା ବେଳେ ବି ହଠାତ୍ ମୃତ୍ୟୁବରଣ କରୁଛନ୍ତି।

ସୋରେନ ଆହୁରି କୋଭିଡ୍-୧୯ ଟିକାକୁ ଏହି ହଠାତ୍ ମୃତ୍ୟୁର କାରଣ ବୋଲି କହିବା ସହ ଉଭୟ ଯୁବକ ଓ ବୟସ୍କଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦର୍ଶାଇଛନ୍ତି। ଦେଶରେ ଲୋକମାନେ ଥଣ୍ଡା ଓ କାଶରେ ପ୍ରାଣ ହରାଉଛନ୍ତି ଏବଂ ଅନ୍ୟମାନେ ଦୌଡ଼ିବା କିମ୍ବା ଚାଲିବା ସମୟରେ ମୃତ୍ୟୁବରଣ କରୁଛନ୍ତି। କେବଳ ବୟସ୍କ ନୁହଁନ୍ତି, ଯୁବପିଢ଼ି ମଧ୍ୟ ପ୍ରାଣ ହରାଉଛନ୍ତି ବୋଲି ସେ ଦାବି କରିଛନ୍ତି।

Advertisment

ଜେଏସଏସସି ଦ୍ୱାରା କନେଷ୍ଟବଳ ନିଯୁକ୍ତି ଅଭିଯାନ ଅବକାରୀ ବିଭାଗରେ ୫୮୩ ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଅଗଷ୍ଟ ୨୨ତାରିଖରୁ ଶାରୀରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୧୨ ଜଣ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି ବୋଲି ବିଜେପି ଦାବି କରିଛି।

ଏହି ମୃତ୍ୟୁକୁ ନେଇ ଝାଡ଼ଖଣ୍ଡରେ ତୀବ୍ର ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ରାଜ୍ୟ ସରକାର ମୃତ ପ୍ରାର୍ଥୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ ସେମାନଙ୍କୁ ସରକାରୀ ଚାକିରି ଦେବାକୁ ବିଜେପି ଦାବି କରିଛି। ଏଥିସହ ପୀଡ଼ିତଙ୍କ ପରିବାରକୁ ଦଳ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି।

ବଢୁଥିବା ରାଜନୈତିକ ଚାପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସୋରେନ ଅନେକ ପଦକ୍ଷେପ ନେଇଛନ୍ତି। ଅଧିକ ତାପମାତ୍ରା ଏବଂ ସମ୍ଭାବ୍ୟ ଡିହାଇଡ୍ରେସନ୍‌କୁ ଏଡ଼ାଇବା ପାଇଁ ସେ ନିଯୁକ୍ତି ପ୍ରକ୍ରିୟାକୁ ତିନି ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ପରୀକ୍ଷାକୁ ସକାଳ ୯ଟା ପୂର୍ବରୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Jharkhand Hemant Soren COVID-19 Vaccine Recruitment Drive Death Constable Recruitment Drive