Advertisment

ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ଦୋଷୀଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ଏକ ପ୍ରମୁଖ ଇଂରାଜୀ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କୁ ୩୦ ସେପ୍ଟେମ୍ବର ୨୦୦୮ରେ ବିଳମ୍ବିତ ରାତିରେ ଦକ୍ଷିଣ ଦିଲ୍ଲୀର ନେଲସନ୍‌ ମଣ୍ଡେଲା ମାର୍ଗରେ ଗୁଳି କରି ହତ୍ୟା କରାଯାଇଥିଲା।

author-image
Madhupriya Mistry
Supreme Court on soumya-vishwanathan

Supreme Court on soumya-vishwanathan

ସୁପ୍ରିମକୋର୍ଟରେ ପହଞ୍ଚିଲା ବହୁ ଚର୍ଚ୍ଚିତ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ୍‌ ହତ୍ୟା ମାମଲା। ସମସ୍ତ ୪ ଦୋଷୀଙ୍କ ଜାମିନ୍‌କୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପୀଡିତ ପରିବାର। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ପୀଡିତ ପରିବାର।

Advertisment

ଫେବ୍ରୁଆରୀ ମାସରେ ଦିଲ୍ଲୀ ହାଇକୋର୍ଟ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କ ଦଣ୍ଡକୁ ସ୍ଥଗିତ ରଖିଥିଲେ ଏବଂ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ସମସ୍ତ ଦୋଷୀ ୧୪ ବର୍ଷ ୯ ମାସ ହେବ ଦଣ୍ଡ ଭୋଗି ସାରିଲେଣି। ଏହି ଆବେଦନକୁ ସମାଧାନ କରିବାକୁ ସମୟ ଲାଗିବ। ଏଥିପାଇଁ ଦୋଷୀଙ୍କୁ ଜାମିନରେ ମୁକ୍ତ କରାଯାଉ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ।

ତେବେ ହାଇକୋର୍ଟଙ୍କ ଏହି ରାୟକୁ ପୀଡିତ ପରିବାର ବିରୋଧ କରିଛନ୍ତି। ଏହାକୁ ନେଇ ସୌମ୍ୟାଙ୍କ ପରିବାର ଲୋକେ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ସୁପ୍ରିମକୋର୍ଟରେ ଏହି ଆବେଦନର ଶୁଣାଣି ହୋଇପାରେ।

Advertisment

୨୦୦୮ ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ସାକେତ କୋର୍ଟ ସୌମ୍ୟା ବିଶ୍ୱନାଥନର ହତ୍ୟା ମାମଲାରେ ରବି କପୁର, ଅମିତ ଶୁକ୍ଲା, ବଲଜିତ ସିଂହ ମଲିକ ଓ ଅଜୟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଏକ ପ୍ରମୁଖ ଇଂରାଜୀ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କୁ ୩୦ ସେପ୍ଟେମ୍ବର ୨୦୦୮ରେ ବିଳମ୍ବିତ ରାତିରେ ଦକ୍ଷିଣ ଦିଲ୍ଲୀର ନେଲସନ୍‌ ମଣ୍ଡେଲା ମାର୍ଗରେ ଗୁଳି କରି ହତ୍ୟା କରାଯାଇଥିଲା। ସେ କାର୍ ଯୋଗେ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।

Soumya Vishwanathan Murder Case Supreme Court Delhi High Court