Advertisment

ଗାଙ୍ଗୁଲିଙ୍କୁ ମିଳିଲା ନୂଆ ଦାୟିତ୍ୱ

ମଙ୍ଗଳବାର ତ୍ରିପୁରାର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ କୋଲକାତା ଆସି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ ଓ ତାଙ୍କ ସରକାର ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଜଣାଇଥିଲେ।

author-image
Jitendra Garnayak
Sourav Ganguly

Sourav Ganguly

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ନୂଆ ଦାୟିତ୍ୱ। ଏହି ଦାୟିତ୍ୱ ତାଙ୍କୁ ତ୍ରିପୁରା ସରକାରଙ୍କ ପକ୍ଷରୁ ଦିଆଯାଇଛି। ତାଙ୍କୁ ତ୍ରିପୁରା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି।

Advertisment

ମଙ୍ଗଳବାର ତ୍ରିପୁରାର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ କୋଲକାତା ଆସି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ ଓ ତାଙ୍କ ସରକାର ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଜଣାଇଥିଲେ। ଆଉ ଏହି ପ୍ରସ୍ତାବରେ ସୌରଭ ଗାଙ୍ଗୁଲି ରାଜି ହୋଇଥିଲେ।

ସୌରଭ ସହମତି ପ୍ରକାଶ କରିବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡାକ୍ତର ମାନିକ ସାହା ଟ୍ୱିଟ କରି କହିଥିଲେ, ଏହା ଏକ ଗୌରବର କଥା ଯେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆମ ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି। ତାଙ୍କ ସହିତ ଆଜି ଫୋନ୍‌ରେ କଥା ହୋଇଛି। ମୋର ଦୃଢ଼ ବିଶ୍ୱାସ ଯେ ଶ୍ରୀ ଗାଙ୍ଗୁଲିଙ୍କ ଅଂଶ ଗ୍ରହଣ ଫଳରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଏକ ବଡ଼ ଶକ୍ତି ମିଳିବ।

Advertisment

ତ୍ରିପୁରାର ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କହିଛନ୍ତି, ଆମ ତ୍ରିପୁରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପ୍ରମୋସନ ଆବଶ୍ୟକ କରୁଛି। ସାରା ବିଶ୍ୱ ନିକଟରେ ଏହାକୁ ପହଞ୍ଚାଇବାକୁ ଆମେ ଜଣେ ପ୍ରସିଦ୍ଧ ବ୍ରାଣ୍ଡ ଆମ୍ବାସଡର ଚାହୁଁଥିଲୁ ଯାହାଙ୍କୁ ସାରା ବିଶ୍ୱ ଜାଣିଥିବ। ଦାଦା ସୌରଭ ଗାଙ୍ଗୁଲିଙ୍କ ଠାରୁ ଆଉ କିଏ ଅଧିକ ଜଣାଶୁଣା ହୋଇପାରିବେ?

Tripura Sourav Ganguly