Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଡ଼ କଥା କହିଲେ ସୌରଭ ଗାଙ୍ଗୁଲି

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ହଇଚଇ ଜାରି ରହିଛି।

Sourav Ganguly

Sourav Ganguly

Advertisment

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ହଇଚଇ ଜାରି ରହିଛି। ଏହା ବିରୋଧରେ ପୂରା ଦେଶରେ ବିକ୍ଷୋଭ ହେଉଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ତଦନ୍ତ କରୁଛି ଓ ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।

Advertisment

ଏସବୁ ଭିତରେ ଟିମ ଇଣ୍ତିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଘଟଣାକୁ ନିନ୍ଦା କରିବା ସହ ଦଣ୍ଡ ଯେମିତି ମିଳିବା ଉଚିତ ବୋଲି କହିଛନ୍ତି। ଘଟଣା ଉପରେ ସେ ପୂର୍ବରୁ ଦେଇଥିବା ବୟାନ ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି।

ଅନେକ ସୋଶାଲ ମିଡିଆ ବ୍ୟବହାରକାରୀ କହିଥିଲେ ଯେ ଗାଙ୍ଗୁଲି କୋଲକାତା ହରରକୁ ‘ଗୋଟିଏ ଘଟଣା’ କହି ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ତେବେ ଗାଙ୍ଗୁଲି କହିଛନ୍ତି ଯେ ବୟାନକୁ ଅଲଗା ପ୍ରସଙ୍ଗରେ ଉପସ୍ଥାପନ କରାଯାଇଛି।

Advertisment

ଦାଦା କହିଛନ୍ତି, “ମୁଁ ଏକଥା ଗତ ରବିବାର କହିଥିଲି। ମୁଁ ଜାଣିନି ଏହାକୁ କେମିତି ତିଆରି କରାଗଲା କିମ୍ବା ଉପସ୍ଥାପନ କରାଗଲା। ମୁଁ ପୂର୍ବରୁ ମଧ୍ୟ କହି ସାରିଛି ଯେ ଏହି ଘଟଣା(କୋଲକାତା ଦୁଷ୍କର୍ମ ଓ ହତ୍ୟା) ଅତ୍ୟନ୍ତ ଭୟଙ୍କର। ଏବେ ସିବିଆଇ ଓ ପୁଲିସ୍‌ ଘଟଣାର ତଦନ୍ତ କରୁଛନ୍ତି।

ଯାହା ବି ଘଟିଛି, ତାହା ଅତ୍ୟନ୍ତ ଲଜ୍ଜାଜନକ। ଘଟଣାର ତଦନ୍ତ କରୁଥିବା ସିବିଆଇ ଦୋଷୀକୁ ପାଇବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା। ଦଣ୍ଡ ଏମିତି ମିଳିବା ଦରକାର ଯାହାକୁ ଦେଖିବା ପରେ କେହି ବି ଆଉ ଜୀବନରେ ଏମିତି କାମ କରିବାକୁ ସାହାସ କରିବେ ନାହିଁ। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦଣ୍ଡ ମିଳିବା ଦରକାର।”

Kolkata Doctor Rape Case Kolkata Doctor Rape And Murder Case Kolkata Police Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe