Advertisment

ନନ୍‌ଷ୍ଟପ୍‌ ପ୍ରଚାର କରୁ କରୁ ବେହୋସ ହେଲେ ପ୍ରାର୍ଥୀ, ହୃଦଘାତ ଆଶଙ୍କା

ଅତ୍ୟଧିକ ଖରାରେ ପ୍ରଚାର ଯୋଗୁ ହୃଦଘାତର ଶିକାର ହୋଇଛନ୍ତି ସମାଜବାଦୀ ପାର୍ଟିର ଲୋକସଭା ପ୍ରାର୍ଥୀ କାଜଲ ନିଷାଦ । ତାଙ୍କୁ ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

sp-candidate-kajal-nishad

sp-candidate-kajal-nishad

Advertisment

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନେ ନନଷ୍ଟପ୍‌ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଅତ୍ୟଧିକ ଖରାରେ ବି ସେମାନେ ଗୋଟିଏ ପରେ ଗୋଟିଏ ସଭାରେ ସାମିଲ ହେଉଛନ୍ତି। ତେବେ ଅତ୍ୟଧିକ ଖରାରେ ପ୍ରଚାର ଯୋଗୁ ହୃଦଘାତର ଶିକାର ହୋଇଛନ୍ତି ସମାଜବାଦୀ ପାର୍ଟିର ଲୋକସଭା ପ୍ରାର୍ଥୀ କାଜଲ ନିଷାଦ । ତାଙ୍କୁ ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

କାଜଲ ଏଥର ଗୋରଖପୁରରୁ ସମାଜବାଦୀ ପାର୍ଟିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅବିଶ୍ରାନ୍ତ ପରିଶ୍ରମ ଯୋଗୁ ଗତ ଶୁକ୍ରବାର ପ୍ରଚାର ସମୟରେ ହଠାତ୍‌ ବେହୋସ ସେ ହୋଇ ପଡ଼ିଲେ  । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅତ୍ୟଧିକ ଖରା ଯୋଗୁ କାଜଲ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ କହିଥିଲେ। ଏଥିସହ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ।

ମାତ୍ର ଇତି ମଧ୍ୟରେ ତାଙ୍କ ହାର୍ଟରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲକୁ ରେଫର କରାଯାଇଛି। କାଜଲ ହୃଦଘାତର ଶିକାର ହୋଇଥିବା ଡାକ୍ତରମାନେ ଆଶଙ୍କା କରୁଛନ୍ତି। ତେବେ ସବୁ ପ୍ରକାର ପରୀକ୍ଷା ପରେ ସେ ହୃଦଘାତର ଶିକାର ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ପରିବାର ଲୋକେ।

Advertisment

ଗତ ୨୦୧୨ ମସିହାରେ କଂଗ୍ରେସ ଟିକେଟରୁ କାଜଲ ଗୋରଖପୁର ସିଟ୍‌ରୁ ମଇଦାନକୁ ଓହ୍ଲାଇଥିବା ବେଳେ ହାରର ସମ୍ମୁଖୀନ ହୋଇଥିଲେ। ଏହାପରେ ୨୦୧୭ ଓ ୨୦୧୯ ମସିହାରେ ବି ସେ ବିଧାନସଭା ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇ ହାରି ଯାଇଥିଲେ। ଏହାପରେ ଏଥର ସେ ଲୋକସଭା ପାଇଁ ସମାଜବାଦୀ ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି। ଆଉ ଜିତିବା ନିମନ୍ତେ ପ୍ରାଣପଣେ ଉଦ୍ୟମ ଚଳାଇଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କ ସମର୍ଥକଙ୍କୁ ଶକ୍ତ ଝଟକା ଲାଗିଛି।

Uttar Pradesh Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe