Advertisment

ଏନ୍‌କାଉଣ୍ଟର ଭୟ, ଗାଡ଼ିରେ ବସିବାକୁ ମନା କଲେ ଆଜମ ଖାନ୍‌

ଦୁଇଟି ଜାଲ୍‌ ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନଙ୍କ ପୂରା ପରିବାର ୭ ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।

Azam Khan

Azam Khan

Advertisment

ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ଘାରିଲା ଏନ୍‌କାଉଣ୍ଟର ଭୟ। ପୁଲିସ ଗାଡ଼ିରେ ବସିବାକୁ ସଫା ସଫା ମନା କରିଦେଲେ ଆଜମ ଖାନ୍‌। ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ବେଳେ ଏଭଳି କିଛି ଡ୍ରାମା ଦେଖାଇଛନ୍ତି ଏହି ନେତା।

Advertisment

ଦୁଇଟି ଜାଲ୍‌ ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନଙ୍କ ପୂରା ପରିବାର ୭ ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। କୋର୍ଟ ରାୟ ଶୁଣାଇବା ପରେ ତାଙ୍କୁ ତୁରନ୍ତ ଜେଲକୁ ନିଆଯାଇଥିଲା। ତେବେ ରବିବାର ଆଜାମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି। ଆଜମ ଖାନଙ୍କୁ ତାପୁର ଏବଂ ଅବଦୁଲ୍ଲା ଆଜମଙ୍କୁ ହର୍ଦୋଇ ଜେଲକୁ ପଠାଯାଇଛି। ରାମପୁର ଜେଲରୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଉଭୟଙ୍କର ମେଡିକାଲରେ ପରୀକ୍ଷା କରାଯାଇଥିଲା।

ଏହାପରେ ସେମାନଙ୍କୁ କଡା ସୁରକ୍ଷା ସହ ଅଲଗା ଗାଡିରେ ସୀତାପୁର ଏବଂ ହର୍ଦୋଇ ଜେଲକୁ ନିଆଯାଇଥିଲା। ଉଭୟ ନେତାଙ୍କୁ ଅତିରିକ୍ତ ପୁଲିସ ଫୋର୍ସ ସହିତ ପଠାଯାଇଛି। ସୁରକ୍ଷା ମଧ୍ୟରେ ଉଭୟଙ୍କୁ ରାମପୁର ଜେଲରୁ ପ୍ରାୟ ୫ଟା ବେଳେ ବାହାରକୁ ନିଆଯାଇଥିଲା। ତେବେ ଜେଲରୁ ବାହାରିବା ବେଳେ ତାଙ୍କୁ ଏନକାଉଣ୍ଟର କରାଯାଇପାରେ ଆଜମ ବୋଲି କହିଥିଲେ। ଏପରିକି ଭୟରେ ସେ ପୁଲିସ ଗାଡ଼ିରେ ବସିବାକୁ ମନା କରିଦେଇଥିଲେ।

Advertisment

ଭୋରରେ ଜେଲରୁ ସ୍ଥାନାନ୍ତରଣ ହେବାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ। ଦୀର୍ଘ ଦିନ ଧରି ତାଙ୍କ ପରିବାରକୁ ହଇରାଣ କରାଯାଉଛି। ଆମ ହାତ ଗୋଡ଼ ଭାଙ୍ଗି ଜୋର ଜବରଦସ୍ତ ନେଇ ଯାଅ ବୋଲି କହିଥିଲେ। କେବଳ ସେତିକି ନୁହେଁ ଏନକାଉଣ୍ଟର ଭୟରେ ଆଜମ ପୁଲିସ ଗାଡିରେ ବସିବାକୁ ମନା କରିଦେଇଥିଲେ। ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଗାଡିରେ ବସାଇଥିଲେ। ଏହା ପୂର୍ବରୁ ମଧ୍ୟ ଆଜମ ତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରକାଶ କରିଥିଲେ।

Samajwadi Party Azam Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe