Advertisment

ସାଂସଦ କରୁଥିଲେ ବିଦ୍ୟୁତ୍‌ ଚୋରି, ପଡ଼ିଲା ୧.୯୧ କୋଟି ଫାଇନ୍‌

ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ୧ କୋଟି ୯୧ ଲକ୍ଷ ଟଙ୍କାର ଫାଇନ୍‌ । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି।

MP

MP

Advertisment

ଘରେ ରହିଛି ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ବୈଦୁତିକ ସରଞ୍ଜାମ । ଘରେ ସବୁବେଳେ ଟିଭି, ଏସି, ଫ୍ୟାନ୍‌, ଲାଇଟ୍‌ ଜଳୁଛି। ମାତ୍ର ମିଟର ରିଡିଂ ହେଉଛି ଜିରୋ । ଏପରି ଭାବେ ବିଦ୍ୟୁତ୍‌ ଚୋରି କରିବା ଜଣେ ସମାବବାଦୀ ସାଂସଦଙ୍କୁ ମହଙ୍ଗା ପଡ଼ିଛି। ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ଫାଇନ୍‌।

Advertisment

ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ୧ କୋଟି ୯୧ ଲକ୍ଷ ଟଙ୍କାର ଫାଇନ୍‌ । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି। କେବଳ ସେତିକି ନୁହେଁ, ରେହମାନଙ୍କ ସମେତ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି।

ଗତକାଲି ସକାଳୁ ପୁଲିସ ଫୋର୍ସ ସହ ବିଦ୍ୟୁତ୍‌ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚିଥିଲା। ବିଭାଗୀୟ ଅଧିକାରୀ ନୂଆ କରି ଲାଗିଥିବା ସ୍ମାର୍ଟ ମିଟର ରିଡିଂକୁ ଯାଞ୍ଚ କରି ଯାହା ଦେଖିବାକୁ ପାଇଥିଲେ ସେମାନେ ତାଜୁବ ହୋଇ ଯାଇଥିଲେ।

Advertisment

ସାଂସଦଙ୍କ ଘରେ ଲାଗିଥିବା ଦୁଇଟି ମିଟରରେ ଟାମ୍ପରିଂର ପ୍ରମାଣ ମିଳିଥିବା ବେଳେ ଯାଞ୍ଚ ପାଇଁ ଯାଇଥିବା ପୁଲିସ ଓ ବିଦ୍ୟୁତ୍‌ ବିଭାଗ ଟିମ୍‌କୁ ସାଂସଦ ଧମକାଇଥିବା ଅଭିଯୋଗ ହୋଇଛି। ଏହାପରେ ସାଂସଦଙ୍କ ନାଁରେ ଧାରା ୧୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି। କେବଳ ସାଂସଦ ନୁହନ୍ତି ଡ୍ୟୁଟିରେ ଯାଇଥିବା ଅଧିକାରୀଙ୍କୁ ଧମକାଇବା ଅଭିଯୋଗରେ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି।

ପୂର୍ବରୁ ବିଦ୍ୟୁତ ବିଭାଗ ଅଧିକାରୀ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ତାକୁ ସିଲ୍ କରିଥିଲେ। ତାହାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠା ଯାଇଛି। ଯାଞ୍ଚରୁ ଜଣାପଡ଼ିଥିଲା ସାଂସଦଙ୍କ ଘରର ମିଟର ରିଡିଂ ବର୍ଷ ବର୍ଷ ହେଲା ଜିରୋ ଥିଲା।

ଏହାପରେ ତାଙ୍କ ଘରର ବିଦ୍ୟୁତ୍ ମିଟରକୁ ଦୁଇ ଦିନ ତଳେ ବଦଳାଇ ନୂଆ ଲଗାଯାଇଥିଲା। କେବଳ ସେତିକି ନୁହେଁ ସାଂସଦଙ୍କ ଘରେ କେତେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯାଉଛି ତାହା ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଯାଞ୍ଚ କରିଥିଲେ।

ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିଲା। ଏଠାରେ ହୋଇଥିବା ହିଂସା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ଗତ ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରିଛି। ଏହା ସହିତ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।

Sambhal Samajwadi MP Electricity Theft
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe