Advertisment

ବିରୋଧୀଙ୍କ ହଙ୍ଗାମା ଉପରେ ଲାଗିବ ରୋକ୍‌! ବଦଳିଲା ନିୟମ

ନୂଆ ନିୟମ ଅନୁଯାୟୀ ଏବେ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ ବେଳେ କୌଣସି ନାରାବାଜି ଦେଇ ପାରିବେ ନାହିଁ।

author-image
Madhupriya Mistry
om-birla

om-birla

ଆଉ ସଂସଦରେ ହଙ୍ଗମା କରି ପାରିବେନି ବିରୋଧୀ। ଶପଥ ନିୟମରେ ହେଲା ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ନିୟମରେ ବଡ଼ ସଂଶୋଧନ କରିଛନ୍ତି। ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ ବେଳେ କୌଣସି ନାରାବାଜି ଦେଇ ପାରିବେ ନାହିଁ।

Advertisment

ଅଷ୍ଟାଦଶ ଲୋକସଭା ଅଧିବେଶ ଆରମ୍ଭରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ଏଆଇଏମ୍‌ଆଇଏମ୍‌ ସୁପ୍ରିମୋ ଅସଦ୍ଦୁଦିନ ଓଓ୍ୱେସୀ ସଂସଦର ସଦସ୍ୟତା ଗ୍ରହଣ ପରେ ଜୟ ଭୀମ, ଜୟ ମିନ୍‌, ଜୟ ତେଲେଙ୍ଗାନା ଓ ଶେଷରେ ଜୟ ଫାଲେଷ୍ଟାଇନ୍‌ ନାରା ଦେଇଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଓଓ୍ୱେସୀଙ୍କ ବ୍ୟତୀତ ଅନ୍ୟ କିଛି ସାଂସଦମାନେ ମଧ୍ୟ ଶପଥ ଗ୍ରହଣ ବେଳେ ଓ ପରେ ନାରାବାଜୀ ଦେଇଥିଲେ। ଏହା ପରେ ବିବାଦ ଉପୁଜିବାରୁ ବାଚସ୍ପତି ଓମ୍‌ ବିର୍ଲା ସାଂସଦଙ୍କ ଶପଥ ଗ୍ରହଣ ନିୟମକୁ ପରିବର୍ତ୍ତନ କରି ଏହାକୁ ଅଧିକ କଠୋର କରିଛନ୍ତି।

ନୂଆ ନିୟମ ମୁତାବକ, ଭବିଷ୍ୟତରେ ନବନିର୍ବାଚିତ ସାଂସଦଙ୍କୁ ସମ୍ବିଧାନ ଅନ୍ତର୍ଗତ ନିୟମ ଅନୁସାରେ ହିଁ ଶପଥ ନେବାକୁ ପଡିବ। ସେମାନେ ସଂସଦରେ ଶପଥ ନେବା ସମୟରେ କୌଣସି ସ୍ଲୋଗାନ୍‌ କମ୍ବା ନାରାବାଜି କରିପାରିବେ ନାହିଁ। ସେମାନଙ୍କ ଶପଥରେ ଅନ୍ୟ କୌଣସି ଅସଂସଦୀୟ ଶବ୍ଦ ଯୋଡି ପାରିବେ ନାହିଁ।

Advertisment

ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଲୋକସଭାରେ ପ୍ରକ୍ରିୟା (ସପ୍ତଦଶ ସଂସ୍କରଣ) ର ନିୟମ ୩୮୯ରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନିୟମ ୩୮୯ର ନିର୍ଦ୍ଦେଶ -୧ରେ ବିଭାଗ ୨ ପରେ ଏକ ନୂତନ ବିଭାଗ ୩ ଯୋଡାଯାଇଛି। ଏହି ଅନୁଯାୟୀ, ଜଣେ ସଦସ୍ୟ କେବଳ ଭାରତର ସମ୍ବିଧାନର ତୃତୀୟ ସୂଚୀରେ ଉଦ୍ଦେଶ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ଫର୍ମ ଅନୁଯାୟୀ ଶପଥ ନେବେ ଏବଂ ସଦସ୍ୟତା ଗ୍ରହଣ କରିବେ।

Lok Sabha Session Lok Sabha Speaker Om Birla