Advertisment

ସିବିଆଇ ସମନ ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ କେଜ୍ରିୱାଲ ସରକାର

ଆସନ୍ତାକାଲି ଦିନ ୧୧ଟାରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି। ଏଥିପାଇଁ ଦିଲ୍ଲୀ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଆପ୍‌ର କର୍ମୀମାନେ ବିକ୍ଷୋଭ କରିବାର ଆଶଙ୍କା ଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ରବିବାର ହାଜର ହେବାକୁ ସମନ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ କରିଥିବା ସମନ ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଡାକିଛନ୍ତି।

Advertisment

ପୂର୍ବରୁ ସିବିଆଇ ଏହି ମାମଲାରେ କେଜ୍ରିୱାଲଙ୍କ ଡେପୁଟି ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ଏବେ କେଜ୍ରିୱାଲଙ୍କୁ ଅବକାରୀ ନୀତି ସମ୍ପର୍କରେ ପଚରାଉଚରା କରିବାକୁ ସମନ କରିଛି। ଆସନ୍ତାକାଲି ଦିନ ୧୧ଟାରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି। ଏଥିପାଇଁ ଦିଲ୍ଲୀ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଆପ୍‌ର କର୍ମୀମାନେ ବିକ୍ଷୋଭ କରିବାର ଆଶଙ୍କା ଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

କେଜ୍ରିୱାଲଙ୍କୁ ସମନ କରାଯିବା ପରେ ଆପ୍‌ ଆଟାକିଂ ମୁଡକୁ ଚାଲି ଆସିଛି। ଆପ ବିଧାୟକ ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, “ସ୍ଥିତି ଆଦୌ ଭଲ ନାହିଁ। ଏହି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେବ। ଦିଲ୍ଲୀ ସରକାରଙ୍କ ନେତାମାନେ କ’ଣ ସବୁ ଚାଲିଛି, ତା’ଉପରେ କହିବେ। ତେଣୁ ସୋମବାର ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଉଛି।”

Advertisment

ସେହିପରି ହାଜର ହେବାକୁ ସମନ ପାଇଥିବା କେଜ୍ରିୱାଲ ସିବିଆଇ ଓ ଇଡି ନାଁରେ ମାମଲା କରିବେ ବୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, “ଆମେ ଉପଯୁକ୍ତ କେସ୍‌ ସିବିଆଇ ଓ ଇଡି ଅଫିସିଆଲଙ୍କ ବିରୋଧରେ ଫାଇଲ କରିବୁ। କୋର୍ଟରେ ଅନାବଶ୍ୟକ ଓ ମିଥ୍ୟା ପ୍ରମାଣ ଦାଖଲ କରୁଥିବାରୁ କେସ୍‌ କରାଯିବ।” ତେବେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଏହାକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ଯଦି କୋର୍ଟ ଆପଣଙ୍କୁ ଦଣ୍ଡ ଦେବେ, ତା’ହେଲେ ଆପଣ କୋର୍ଟ ନାଁରେ ମଧ୍ୟ କେସ୍‌ କରିବେ? ଏକଥା ଉଲ୍ଲେଖ କରିବାକୁ ବୋଧେ ଭୁଲି ଯାଇଛନ୍ତି? ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତୁ ଓ ଆମେ ଆଇନକୁ ମାନିବା ଦରକାର। ଇଡି ଓ ସିବିଆଇ ବିରୋଧରେ କୋର୍ଟ ଯିବେ, ଯଦି କୋର୍ଟ ବି ଆପଣଙ୍କ ବିରୋଧରେ ଗଲେ, ତା’ହେଲେ କୋର୍ଟ ବିରୋଧରେ ମଧ୍ୟ ଆପଣ ଯିବେ?”

କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଇଡି ଦାଖଲ କରିଥିବା ଚାର୍ଜଶିଟରେ କହିଛି ସିସୋଦିଆ ୧୪ଟି ଫୋନ ଓ ଆଇଏମଇଆଇ ନମ୍ବରକୁ ନଷ୍ଟ କରି ଦେଇଛନ୍ତି। ସିଜ ହେଇଥିବା ମେମୋରେ ଦର୍ଶାଯାଇଛି ଯେ ୧୪ଟି ଫୋନରୁ ୪ଟି ଇଡି ପାଖରେ ଓ ଗୋଟିଏ ସିବିଆଇ ପାଖରେ ରହିଛି।

ଅଧିକାଂଶ ଫୋନ ଆକ୍ଟିଭ ଓ ଆପ୍‌ ସ୍ୱେଚ୍ଛାସେବୀମାନେ ଏହାକୁ ବ୍ୟବହାର କରୁଛନ୍ତି। ଇଡି ଓ ସିବିଆଇ ଭଲ ଭାବେ ଫୋନଗୁଡ଼ିକ ବିଷୟରେ ଜାଣିଛନ୍ତି। କିନ୍ତୁ ସେମାନେ ମିଥ୍ୟା ସତ୍ୟପାଠ ଦେଇ କୋର୍ଟଙ୍କୁ ଭ୍ରମିତ କରୁଥିବା ସେ କହିଛନ୍ତି।

CBI Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe