Advertisment

ଆସିବ ସ୍ୱତନ୍ତ୍ର ୭୫ ଟଙ୍କିଆ କଏନ, ୨୮ରେ ହେବ ଲଞ୍ଚ

୩୫ ଗ୍ରାମ ଓଜନର ଏହି କଏନକୁ ୪ଟି ଧାତୁକୁ ମିଶାଇ ତିଆରି କରାଯାଇଛି। ଏଥିରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଓ ୫% ଜିଙ୍କ ରହିଛି।

parliament

parliament

Advertisment

ଆସନ୍ତା ୨୮ ତାରିଖ ରବିବାର ଦିନ ପୂରା ବିଶ୍ୱ କେବଳ ଭାରତର ନୂଆ ସଂସଦ ବିଲଡିଂକୁ ଦେଖିବ ନାହିଁ, ବରଂ ନୂଆ ମୁଦ୍ରାକୁ ମଧ୍ୟ ଦେଖିବ। କାରଣ ସଂସଦର ନୂଆ ବିଲ୍‌ଡିଂ ଉଦଘାଟନ ବେଳେ ଭାରତ ସରକାର ଏହାକୁ ଆହୁରି ସ୍ମରଣୀୟ କରିବା ପାଇଁ ସ୍ୱତନ୍ତ୍ର ଭାବେ ୭୫ ଟଙ୍କିଆ କଏନ ବା ମୁଦ୍ରା ଲଞ୍ଚ କରିବେ। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରି ସାରିଛି। ଏହାକୁ ମନେ ରଖିବା ପାଇଁ ଅର୍ଥ ମନ୍ତ୍ରଣାଳୟ ୭୫ ଟଙ୍କିଆ କଏନ ଜାରି କରିବ।

Advertisment

ମିଳିଥିବା ସୂଚନା ଅନୁସାରେ, ଲଞ୍ଚ ହେବାକୁ ଥିବା ଏହି କନର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିବ। ଏଥିରେ ସତ୍ୟ ମେବ ଜୟତେ ଲେଖା ହୋଇଥିବ। କଏନର ଅନ୍ୟ ପାର୍ଶ୍ୱର ବାମ ପଟେ ଦେବନଗରୀ ଲିପିରେ ଭାରତ ଓ ଡାହାଣ ପଟେ ଇଂରାଜୀରେ ଇଣ୍ଡିଆ ଲେଖା ହେବ।

କଏନରେ ସଂସଦର ନୂଆ ବିଲଡିଂର ଛବି ରହିବ। ଦେବନଗରୀ ଲିପିରେ କଏନର ଉପର ପାର୍ଶ୍ୱରେ ସଂସଦ ସଙ୍କୁଳ ଓ ନିମ୍ନ ପାର୍ଶ୍ୱରେ ଇଂରାଜୀରେ ସଂସଦ କମ୍ପ୍ଲେକ୍ସ ଉଲ୍ଲେଖ ରହିବ। ଅଶୋକ ସ୍ତମ୍ଭ ତଳେ ଟଙ୍କାର ଚିହ୍ନ ଓ ଇଂରାଜୀରେ ୭୫ ଲେଖା ହେବ।

Advertisment

୩୫ ଗ୍ରାମ ଓଜନର ଏହି କଏନକୁ ୪ଟି ଧାତୁକୁ ମିଶାଇ ତିଆରି କରାଯାଇଛି। ଏଥିରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଓ ୫% ଜିଙ୍କ ରହିଛି।

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଶହ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି।

ତଥାପି ଏନଡିଏ ଓ ଅଣ ଏନଡିଏ ଦଳକୁ ମିଶାଇ ମୋଟ ୨୫ଟି ଦଳର ପ୍ରତିନିଧି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି।

Parliament New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe