Disha
ସ୍ୱର୍ଗତଃ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ୍ ମଙ୍ଗଳବାର ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍ (SIT) ଗଠନ କରିଛି।
ମାଲବାଣୀ ଥାନାର ବରିଷ୍ଠ ଇନ୍ସପେକ୍ଟର ଚିମାଜର ଅଧବ ଏହି ଘଟଣାର ତଦନ୍ତ କରିବେ। ଡିସିପି ଅଜୟ ବଂଶଲଙ୍କ ତତ୍ତ୍ୱାବଧାନରେ ସେ ଏହି ତଦନ୍ତ କରିବେ।
୨୦୨୦ ଜୁନ୍ ୮ ତାରିଖରେ ଦିଶା (୨୮) ଏକ ଉଚ୍ଚ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାକୁ ଆତ୍ମହତ୍ୟା କହି ତତ୍କାଳୀନ ଏମ୍ଭିଏ ସରକାର ରଫାଦଫା କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଥିଲା। କିଛି ନେତା ଅଭିଯୋଗ କରିଥିଲେ ଯେ ଦିଶାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଶିବ ସେନା (ଉଦ୍ଧବ ବାଲାସାହେବ ଠାକରେ) ବିଧାୟକ ଆଦିତ୍ୟ ଠାକରେଙ୍କ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଗତ ବର୍ଷ ଶୀତ ଅଧିବେଶନ ବେଳେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଥିଲେ ଯେ ଦିଶା ସାଲିୟାନ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରାଯିବ।
ଗତ ସପ୍ତାହରେ ବିଜେପି ବିଧାୟକ ପ୍ରବୀଣ ଦରକରେ କହିଥିଲେ ଯେ ଏହି ମାମଲାର ଏସ୍ଆଇଟି ତଦନ୍ତ ପାଇଁ ବହୁ ନେତା ଅନେକ ଦିନ ହେଲାଣି ଦାବି କରି ଆସୁଛନ୍ତି। ଏସ୍ଆଇଟି ତଦନ୍ତ ହେଲେ ସବୁ ସନ୍ଦେହ ଦୂର ହୋଇଯିବ।
ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ମାମଲାରେ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବା ନେଇ ତାଙ୍କ ପାଖରେ କିଛି ଖବର ନାହିଁ। ଯଦି ସେମାନେ ଆମ ବିରୋଧରେ ମିଛ ଅଭିଯୋଗ ଆଣନ୍ତି, ତା’ହେଲେ ଆମେ ସେମାନଙ୍କ ବିଷୟରେ ଥିବା ତଥ୍ୟ ଲୋକଲୋଚନକୁ ଆଣିବୁ। ତେବେ କାହା ବିରୋଧରେ ସତ କଥା ସାମ୍ନାକୁ ଆଣିବେ, ସେ ନେଇ ଉଦ୍ଧବ କିଛି କହି ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Disha__1702393883.jpg)