Advertisment

ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦର ସ୍ପେଶାଲ ଟ୍ରେନ୍‌

ଟ୍ରେନ୍‌ର ଦୁଇଟି ଯାତ୍ରୀବାହୀ କୋଚ୍‌ ଓ ଏକ ପାର୍ସଲ ଭ୍ୟାନ୍‌ ଲାଇନଚ୍ୟୁତ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Train Accident

Train Accident

ପୁଣି ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ ଚ୍ୟୁତ ହେଲା ଆଉ ଏକ ଟ୍ରେନ୍। ଆଜି ସକାଳୁ ପଶ୍ଚିବଙ୍ଗରେ ସାଲିମାର-ସିକନ୍ଦର ସାପ୍ତାହିକ ସ୍ପେଶାଲ ଟ୍ରେନ୍‌ ଡିରେଲ୍‌ ହୋଇଛି। ଟ୍ରେନ୍‌ର ତିନୋଟି ବଗି ଟ୍ରାକ୍‌ରୁ ଖସି ଯାଇଛି। ଫଳରେ ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଆଜି ଭୋରୁ ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ଦୁଇଟି ଯାତ୍ରୀବାହୀ କୋଚ୍‌ ଓ ଏକ ପାର୍ସଲ ଭ୍ୟାନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏନେଇ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ସେପଟେ ଖବର ପାଇ ରେଲଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୂରା ସ୍ଥିତି ପରଖିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇନ୍‌ଚ୍ୟୁତ ଯୋଗୁ ଏହି ନାଲପୁର ଷ୍ଟେସନ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Advertisment
West Bengal Train Accident Train Derail