Advertisment

ପୁଣି ଜୀବନ ନେଲା ଦାମୀ ଗାଡ଼ି, ବାଇକ୍‌କୁ ପିଟିଲା ବିଏମ୍‌ଡବ୍ଲୁ

ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି।

BMW Accident

BMW Accident

Advertisment

ପୁଣି ଜୀବନ ନେଲା ଦାମୀ ଗାଡ଼ି। ପୋର୍ସ ପରେ ଏବେ ବିଏମ୍‌ଡବ୍ଲୁ ପାଳି। ବାଇକ୍‌କୁ ଧକ୍କା ଦେଲା ବିଏମ୍‌ଡବ୍ଲୁ କାର୍‌। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ପୁଣେ ପୋର୍ସ କାର୍‌ ଦୁର୍ଘଟଣା ମାମଲା ମନରୁ ଲିଭିନଥିବା ବେଳେ ପଞ୍ଜାବର ମୋହଲିଠା‌ରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ପଞ୍ଜାବ ମୋହାଲିର ଜିରକପୁର ପଟିଆଲା ହାଇଓ୍ୱେ। ଏଠାରେ ବିଳମ୍ବିତ ରାତିରେ ଏକ ବିଏମ୍‌ଡବ୍ଲୁ କାର୍‌ ଦ୍ରୁତ ଗତିରେ ଆସି ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଏହି ଦୁର୍ଘଟଣା ପରେ ମୃତକ ଓ ଆହତଙ୍କ ପରିବାର ଲୋକ ପଟିଆଲା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସେପଟେ ଦୁର୍ଘଟଣା ପରେ ଏହି ଦାମୀ କାର୍‌କୁ ଚଳାଉଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଡ୍ରାଇଭରକୁ ଖୋଜିବାକୁ ଚେଷ୍ଠା ଚଳାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରି ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Advertisment

ବିଶେଷକରି ପୁଣେ ପୋର୍ସ କାର୍‌ ଘଟଣା ପରେ ନିଶାଶକ୍ତ ଅବସ୍ଥାରେ ଛୋଟ ଛୋଟ ପିଲମାନେ ଯେଉଁଭଳି ଭାବେ ଗାଡ଼ି ଚଳାଉଛନ୍ତି ତାହା ଚିନ୍ତାର କାରଣ ହୋଇଛି।

BMW Hit Bike Accident Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe