Advertisment

ନାଗପୁରରେ ସିରିଜ ଦୁର୍ଘଟଣା; ୧୨ ଗାଡ଼ି ଭାଙ୍ଗି ଚୂରମାର, ୧୮ ଆହତ

ମହାରାଷ୍ଟ୍ର ନାଗପୁରରେ ଘଟିଛି ସିରିଜ ଦୁର୍ଘଟଣା। ଏକ ୧୬ ଚକିଆ ଟ୍ରକ୍‌ ଧକ୍କାରେ ୧୨ଟି ଗାଡ଼ି ଭାଙ୍ଗି ଚୂରମାର ହୋଇଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ୯ଟି କାର୍ ସହ ଏକ ଆମ୍ବୁଲାନ୍ସ ଏବଂ ଦୁଇଟି ବାଇକ୍‌ ଥିବା ଜଣାଯାଇଛି।

author-image
Niharika Rout
Accident

Accident

ମହାରାଷ୍ଟ୍ର ନାଗପୁରରେ ଘଟିଛି ସିରିଜ ଦୁର୍ଘଟଣା। ଏକ ୧୬ ଚକିଆ ଟ୍ରକ୍‌ ଧକ୍କାରେ ୧୨ଟି ଗାଡ଼ି ଭାଙ୍ଗି ଚୂରମାର ହୋଇଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ୯ଟି କାର୍ ସହ ଏକ ଆମ୍ବୁଲାନ୍ସ ଏବଂ ଦୁଇଟି ବାଇକ୍‌ ଥିବା ଜଣାଯାଇଛି। ଏହି ଦୁର୍ଘଟଣା ଯୋଗୁ ୧୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ନାଗପୁରର ମାନକପୁର ଅଞ୍ଚଳରେ ଦ୍ରୁତ ଗତିରେ ଫ୍ଲାଏ ଓଭର ଉପରୁ ଏକ ଟ୍ରକ୍‌ ତଳକୁ ଖସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଏହି ସିରିଜ ଦୁର୍ଘଟଣାରେ ୧୨ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଛିଟିକି ପଡ଼ିଥିଲା।

Advertisment

ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଏଥିସହ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିପାଇଁ ରାସ୍ତାରେ କିଛି ସମୟ ଯାତାୟତ ବନ୍ଦ ରହିଥିଲା। ଗାଡ଼ିଗୁଡ଼ିକୁ ତୁରନ୍ତ ରାସ୍ତାରୁ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

Accident Maharashtra