Advertisment

ଜେଜେ-ନାତିକୁ ୨ କିଲୋମିଟର ଯାଏ ଘୋଷାଡି ନେଲା ଡମ୍ପର୍‌

ଜଣେ ୬୭ ବର୍ଷୀୟ ବୃଦ୍ଧ ନିଜ ୬ ବର୍ଷର ନାତୀକୁ ସ୍କୁଟିରେ ବସାଇ ମାର୍କେଟ୍ ଯାଉଥିଲେ।

ଅଦ୍ୟତନ ହୋଇଛି
Truck drags kid

Truck drags kid

Advertisment

ଥମୁନି ହିଟ୍ ଆଣ୍ଡ ରନ୍ ମାମଲା। କେଉଁଠି ସ୍କୁଟିକୁ କାର୍ ଘୋଷାଡି ନେଉଛି ତ ଆଉ କେଉଁଠି ବ୍ୟକ୍ତିଙ୍କୁ କାର୍। ନିକଟରେ ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାର୍ ଘୋଷାଡି ନେବା ପରେ ତା’ର ମୃତ୍ୟୁ ହୋଇଥିଲା। ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ଘଟିଛି ସମାନ ଘଟଣା। ମାର୍କେଟ୍ ଯାଉଥିବା ବେଳେ ଜେଜେ-ନାତୀଙ୍କୁ ଏକ ଡମ୍ପର୍ ଧକ୍କା ଦେଇ ୨ କିଲୋମିଟର ଯାଏଁ ଘୋଷାଡି ନେଇଛି।

Advertisment

ଉତ୍ତରପ୍ରଦେଶର ମହୋବା ସହର। ଜଣେ ୬୭ ବର୍ଷୀୟ ବୃଦ୍ଧ ନିଜ ୬ ବର୍ଷର ନାତୀକୁ ସ୍କୁଟିରେ ବସାଇ ମାର୍କେଟ୍ ଯାଉଥିଲେ। ଏତିକି ବେଳେ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର୍। ତେବେ ଘଟଣାସ୍ଥଳରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଡମ୍ପର ତଳେ ସ୍କୁଟି ସମତେ ୬ ବର୍ଷର ଛୋଟ ଛୁଆ ଫସିି ଯାଇଥିଲା। ଏହାପରେ ସ୍କୁଟି ସହ ଛୁଆକୁ ଘୋଷାଡି ନେଇଥିଲା ଡମ୍ପର୍। 

ଡମ୍ପର୍ ଚାଳକଙ୍କୁ ଗାଡ଼ି ଅଟକାଇବାକୁ ଲୋକେ କହିଥିଲେ ବି ଚାଳକ ଜଣକ ଦ୍ରୁତ ଗତିରେ ଟ୍ରକକୁ ଆଗକୁ ନେଇଯାଇଥିଲେ। ଏହା ପରେ ଲୋକେ ପଥର ଫିଙ୍ଗିବାରୁ ଟ୍ରକ ଅଟକିଥିଲା। ହେଲେ ସେତବେଳକୁ ଛୁଆଟିର ମୃତ୍ୟୁ ହୋଇସାରିଥିଲା।

Advertisment

ମୃତ ଦୁଇ ଜଣ ହେଲେ ଉଦିତ ନାରାୟଣ ଚାନସୋରିଆ(୬୭) ଓ ସାତ୍ତ୍ୱିକ। ମୃତ ଦେହ ଦୁଇଟିକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଡମ୍ପର ଚାଳକଙ୍କୁ ପୁଲିସ ଗିରଫ କରିଛି। 

କାନପୁର-ସାଗର ରାଜପଥ ଏନଏଚ-୮୬ରେ ଏହି ଘଟଣା ଘଟିଛି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଡମ୍ପର ନିକଟରେ ଥିବା ଅନେକ ବାଇକଚାଳକ ଡ୍ରାଇଭରକୁ ସଚେତନ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଘଟାଇବା ପରେ ସ୍ଥାନୀୟ ଲୋକେ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିବା କୁହାଯାଉଛି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe