Advertisment

ବିମାନ ଶୌଚାଳୟରେ ଫସି ଗଲେ ଯାତ୍ରୀ, ଭୟଭୀତ ନ ହେବାକୁ ପଠାଗଲା ନୋଟ୍

ଯାତ୍ରୀ ଜଣକ କିପରି ବିଚଳିତ ନ ହେବେ ସେଥିପାଇଁ କର୍ମଚାରୀମାନେ କାଗଜ ଖଣ୍ଡରେ ଏକ ନୋଟ୍ ଲେଖି ଏହାକୁ ଶୌଚାଳୟ ଦ୍ୱାର ତଳେ ପକାଇ ଦେଇଥିଲେ। ଏହି ନୋଟ୍ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Spicejet & Note

Spicejet & Note

Advertisment

ବିମାନ ଶୌଚାଳୟରେ ଫସିଗଲେ ଯାତ୍ରୀ। ସ୍ପାଇସଜେଟ ଫ୍ଲାଇଟରେ ଜଣେ ଯାତ୍ରୀ ପ୍ରାୟ ଏକ ଘଣ୍ଟା ଧରି ଶୌଚାଳୟରେ ଫସି ରହିଥିଲେ। ଏପରି ସ୍ଥିତିରେ ଯାତ୍ରୀଙ୍କୁ ଭୟଭୀତ ନହେବାକୁ କାଗଜରେ କିଛି ଲେଖା ପଠାଇ ଆଶ୍ୱାସନା ଦେଇଛନ୍ତି ବିମାନ କର୍ମଚାରୀ।

Advertisment

ଯାତ୍ରୀ ଜଣକ କିପରି ବିଚଳିତ ନ ହେବେ ସେଥିପାଇଁ କର୍ମଚାରୀମାନେ କାଗଜ ଖଣ୍ଡରେ ଏକ ନୋଟ୍ ଲେଖି ଏହାକୁ ଶୌଚାଳୟ ଦ୍ୱାର ତଳେ ପକାଇ ଦେଇଥିଲେ। ଏହି ନୋଟ୍ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେଉଛି। 

ଏଥିଲେ ଲେଖା ଯାଇଥିଲା, "ସାର୍, ଆମେ କବାଟ ଖୋଲିବାକୁ ଯଥାସମ୍ଭବ ଚେଷ୍ଟା କରୁଥିଲୁ। ତଥାପି ଖୋଲି ପାରିଲୁନି। ଭୟଭୀତ ହୁଅନ୍ତୁ ନାହିଁ, ଆମେ କିଛି ମିନିଟ୍ ମଧ୍ୟରେ ଅବତରଣ କରୁଛୁ। ତେଣୁ ଦୟାକରି କମୋଡ ଢାଙ୍କୁଣୀ ବନ୍ଦ କରି କିଛି ସମୟ ଏହା ଉପରେ ବସି ନିଜକୁ ସୁରକ୍ଷିତ ରଖନ୍ତୁ। ଲ୍ୟାଣ୍ଡିଂ କରିବା ମାତ୍ରେ ଇଞ୍ଜିନୟରମାନେ ତୁରନ୍ତ ବିମାନ କବାଟ ଖୋଲିବେ। ଭୟଭୀତ ହୁଅନ୍ତୁ ନାହିଁ।" 

Advertisment

ବିମାନଟି ବେଙ୍ଗାଲୁରୁରେ ଅବତରଣ କରିବା ପରେ ଶେଷରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସ୍ପାଇସଜେଟ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହି ବିମାନଟି ଜାନୁଆରୀ ୧୬ରେ ମୁମ୍ବାଇରୁ ବେଙ୍ଗାଲୁରୁ ଉଡ଼ାଣ କରିବା ସମୟରେ ଅଘଟଣ ଘଟିଥିଲା। 

SpiceJet News Ppassenger Trapped In Plane Toilet Spicejet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe