Advertisment

ମଝି ଆକାଶରେ ଯୁବତୀଙ୍କୁ ଅସଦାଚରଣ

ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ତାଙ୍କ ସହ-ଯାତ୍ରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
Misbehave on flight

Misbehave on flight

ମଝି ଆକାଶରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ସ୍ପାଇସଜେଟ୍‌ ବିମାନରେ ଘଟିଛି ପୁଣି ଥରେ ଏଭଳି କିଛି ଲଜ୍ଜାଜନକ ଘଟଣା। କୋଲକାତରୁ ବାଗଡୋଗରା ଯାଉଥିବା ବିମାନରେ ଜଣେ ମହିଳା ତାଙ୍କ ସହଯାତ୍ରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି।

Advertisment

ସୂଚନା ମୁତାବକ, ଜାନୁଆରୀ ୩୧ ତାରିଖରେ ଏହି ଘଟଣା ଘଟିଛି। ସ୍ପାଇସ୍‌ଜେଟ୍‌ର ଫ୍ଲାଇଟ୍‌ SG592ରେ ଜଣେ ୨୬ ବର୍ଷୀୟ ଯୁବତୀ ନିଜ ପରିବାର ସହ ଯାତ୍ରା କରିଥିଲେ। ସେ କୋଲକାତାରୁ ବାଗଡୋଗରା ଯାଉଥିଲେ। ସେ ନିଜ ଅସୁସ୍ଥ ବାପା, ମା' ଓ ନିଜ ବୟଫ୍ରେଣ୍ଡଙ୍କ ସହ ବିମାନରେ ଯାତ୍ରା କରୁଥିଲେ। ଯୁବତୀଙ୍କୁ ଏମାନଙ୍କ ତିନୋଟି ସିଟ୍‌ ପଛରେ ସିଟ୍‌ ମିଳିଥିଲା। ପଛ ସିଟ୍‌ରେ ଜଣେ ଲ' ସ୍କୁଲର ଯୁବକ ବସିଥିଲେ। ଯୁବତ ଜଣଙ୍କୁ ଗୋଟିଏ ସିଟ୍‌ ଛାଡି ଓ୍ୱିଣ୍ଡୋ ସିଟ୍‌ରେ ବସିବାକୁ ଯୁବତୀ ଅନୁରୋଧ କରିଥିଲେ। କିନ୍ତୁ ଯୁବକ ଜଣକ ଓ୍ୱିଣ୍ଡୋ ସିଟ୍‌କୁ ନଯାଇ ମଝି ସିଟ୍‌ରେ ବସିଥିଲେ।

ସକାଳ ପ୍ରାୟ ୯.୩୦ରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟ ଯୁବତୀଜଣକ ଇୟର୍‌ଫୋନ୍‌ ଲଗାଇ ଗୀତ ଶୁଶୁଥିଲେ। କିଛି ସମୟ ପରେ ଯୁବକ ଉକ୍ତ ଯୁବତୀଙ୍କୁ ଅଭଦ୍ରୋଚିତ ଭାବେ ସ୍ପର୍ଶ କରିବା ଆରମ୍ଭ କରିଥିଲେ। ଯୁବତୀଙ୍କ ଜଙ୍ଘକୁ ଛୁଇଁଥିଲେ। ଏହାଦେଖି ଯୁବତୀଜଣକ ଚିତ୍କାର କରିବାରୁ ଜଣେ ବିମାନ କ୍ରୁ ସଦସ୍ୟ ଦୌଡି ଆସିଥିଲେ। ଘଟଣା ବିଷୟରେ ଜାଣିବା ପରେ ସେ ଯୁବକଙ୍କୁ ଅନ୍ୟ ସିଟ୍‌କୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ବାଗଡୋଗରା ବମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଯାତ୍ରୀଙ୍କୁ ସ୍ପାଇସ୍‌ଜେଟ୍‌ ସୁରକ୍ଷା କର୍ମଚାରୀଙ୍କ ସ୍ୱାରା ସିଆଇଏସ୍‌ଏଫ୍‌ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ମହିଳା ଯାତ୍ରୀ ସହ-ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ଉପରେ ଅଭିଯୁକ୍ତ ସହ-ଯାତ୍ରୀ ସିଏସ୍ଏଫ୍ କର୍ମଚାରୀଙ୍କ ଉପସ୍ଥିତିରେ ଯୁବତୀଙ୍କୁ କ୍ଷମା ମାଗିଥିଲେ। ଏହି ସମୟରେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ସିଆଇଏସଏଫ ଯବାନ ଅଭିଯୋଗ ଶୁଣିଥିଲେ। ତେବେ ଏହାର ପ୍ରମାଣ ନଥିବାରୁ କୌଣସି ଅଭିଯୋଗ ଦାଖଲ ନକରିବାକୁ କୁହାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।

Spicejet Misbehaviour Alligation